ଦେଶ- ବିଦେଶ

ସୁପ୍ରିମକୋର୍ଟଙ୍କ ବଡ ରାୟ; ସର୍ବସାଧାରଣ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଥିଲେ ଉଚ୍ଛେଦ ହେବ

ମାଜ ଡିଜିଟାଲ ଡେସ୍କ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ। ଏଠାରେ ଲୋକଙ୍କ ସୁରକ୍ଷା ସର୍ବୋପରି। ସର୍ବସାଧାରଣ ସ୍ଥାନ, ରାସ୍ତା, ରେଳ ଟ୍ରାକ୍‌ ଭଳି ସ୍ଥାନରେ ମନ୍ଦିର, ମସଜିଦ, ଦରଘା, ଚର୍ଚ୍ଚ କିମ୍ବା କୌଣସି ଧାର୍ମିକ ପୀଠ ଥିଲେ ଏସବୁ ଉଚ୍ଛେଦ ହେବା ଆବଶ୍ୟକ।

ସର୍ବସାଧାରଣ ଗଡ଼ି ଉଠିଥିବା ଧାର୍ମିକ ପୀଠ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାର୍ମିକ ପୀଠ ଜନସାଧାରଣଙ୍‌କ କାର୍ଯ୍ୟରେ ବାଧା ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର ଆକ୍ସନ ନିଆଯାଇଛି। ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସେପ୍ଟେମ୍‌ବର ୧୭ରେ ଶୁଣାଣି ହୋଇଥିବା ବେଳେ ଅକ୍ଟୋବର ୧ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଆଜି ଜଷ୍ଟିସ୍‌ ବି.ଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button