ରାଜ୍ୟ

ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ

ବ୍ରହ୍ମପୁର,୧୮/୦୯: ଆକ୍ସନ ମୋଡ଼ରେ ଗୋଳନ୍ଥରା ପୋଲିସ । ମିଳିଲା ବଡ଼ ସଫଳତା । ଗିରଫ ହେଲେ ୫ ଜଣ ଲୁଟେରା । ଏହା ସହ ୭ଟି ଗାଡ଼ିର ବ୍ୟାଟେରୀ ମଧ୍ୟ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଏକ ଲୁଟେରା ଟିମ୍ ଗାଡ଼ିରୁ ବ୍ୟାଟେରୀ ଚୋରି କରି ନେଉଥିଲେ ।

ଏନେଇ ଅନେକ ଥର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ବୁଧବାର ପୋଲିସ ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଲୁଟେରାଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ । ସେମାନଙ୍କ ପାଖୁ ୭ଟି ଗାଡି ବ୍ୟାଟେରୀ ମଧ୍ୟ ଜବତ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button