ମନୋରଞ୍ଜନ
ଛାତରୁ ଡେଇଁ ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା, କାରଣ ଅସ୍ପଷ୍ଟ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଛାତରୁ ଡେଇଁ ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନୀଲ ଅରୋରା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ତୃତୀୟ ମହଲାରୁ ଡେଇଁ ଜୀବନ ହାରିଥିବା ଜଣାପଡିଛି । ଘଟଣା ସକାଳ ୯ରେ ଘଟିଥିବା କୁହାଯାଉଛି । ଖବର ଶୁଣିବା ପରେ ମଲାଇକା ପୁଣେରୁ ମୁମ୍ବାଇ ପାଇଁ ବାହାରିଛନ୍ତି ।
ଏବେ ହସପିଟାଲରେ ମୃତଦେହକୁ ରଖାଯାଇଛି ।ମଲାଇକାଙ୍କ ଏଭଳି ଦୁଃଖ ସମୟରେ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି । ମଲାଇକାଙ୍କ ଘରେ ବାହାରେ ଅରବାଜ ଏବଂ ପୋଲିସ ସହିତ ଅନ୍ୟ ଲୋକ ଉପସ୍ଥିତ ରହିଛନ୍ତି ।