ଜ୍ୟୋତିଷ

Kidney ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି 6 ଟି ସଂକେତ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ

। ସୂଚନା ଅନୁସାରେ ଆମ ଶରୀରର ସମସ୍ତ ଅଙ୍ଗ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ସେହି ଅଙ୍ଗ ଗୁଡିକ ଶରୀରର ଭିତର କିମ୍ବା ବାହାର ଯାହାବି ହେଇଥାଉ । ସମସ୍ତ ଅଙ୍ଗର ଉପଯୁକ୍ତ ଯତ୍ନ ନେବା ଦ୍ଵାରା ଆପଣଙ୍କର ଶରୀରର ବହୁତ ଦିନ ପର୍ଯ୍ୟନ୍ତ ରୋଗମୁକ୍ତ ହୋଇଥାଏ । ସେହି ପରି ଆପଣଙ୍କର ଶରୀରର ଆଭ୍ୟନ୍ତରୀଣ ଅଙ୍ଗ କିଡନୀ ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଦୁଇଟି କିଡନୀରୁ ଗୋଟିଏ କିଡନୀ ମଧ୍ୟ ଖରାପ ହୋଇଯାଇଥାଏ । ତେବେ ଆପଣ ମଧ୍ୟ ବଞ୍ଚିପାରିବେ ।

 

ସେହି କିଡନୀ ଖରାପ ହେବାର ଲକ୍ଷଣ ଆପଣ ଆଜି ଜାଣିବାକୁ ପାଇବେ । ପ୍ରଥମେ ଯଦି ଆପଣ ପରିଶ୍ରା କରିବା ସମୟରେ ଆପଣଙ୍କ ପରିଶ୍ରାରେ ଫେଣ ଆସୁଛି। ତେବେ ଆପଣ ଡେରି ନକରି ଯଥା ଶୀଘ୍ର ଡାକ୍ତରଙ୍କ ସହିତ ସାକ୍ଷାତ କରନ୍ତୁ । ଏହି ସମସ୍ଯାର ବିଷୟରେ ଡାକ୍ତରଙ୍କ ସାଥିରେ କଥା ହୋଇ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କାମ କରନ୍ତୁ। ଦିତୀୟରେ ଆପଣଙ୍କ ଶରୀର ଯଦି ହଟାତ ଫୁଲି ଯାଉଥାଏ ।

ଏହା କିଡନୀ ଖରାପ ହେବାର ସଙ୍କେତ ଦେଇଥାଏ । କାରଣ ଯେତେବେଳେ କିଡନୀ ଫେଲ ହୁଏ, ତେବେ ରକ୍ତ ଖରାପ ହୋଇଯାଇଥାଏ । ଯାହା ଦ୍ଵାରା ଶରୀର ଫୁଲି ଯାଇଥାଏ। ଡାକ୍ତରଙ୍କ ସହିତ ଦେଖା କରି ତାଙ୍କ କହିବା ଅନୁସାରେ ନିଜର ଚିକତ୍ସା କରନ୍ତୁ । ତୃତୀୟରେ ଆପଣ ଯଦି କିଛି କାମ ନକରି ଥକା ଅନୁଭବ କରିଥାନ୍ତି । ତେବେ ଏହା ସ୍ଵାସ୍ଥର କିଛି ବିପଦ ହେବାର ସୂଚନା ଦେଇଥାଏ । ଆପଣ ବିଳମ୍ବ ନକରି ଡାକ୍ତରଙ୍କୁ ଦେଖାନ୍ତୁ। ଚତୁର୍ଥରେ ଆପଣଙ୍କୁ ଯଦି ଥଣ୍ଡା ଲାଗିଥାଏ ।

 

ତେବେ ଶୀଘ୍ର ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । କାରଣ ଯେତେବେଳେ ଲୋକର କିଡନୀ ଫେଲ ହୋଇଯାଇଥାଏ । ସେତେବେଳେ ଏନେମିଆ ଭଳି ରୋଗ ହୋଇଥାଏ । ଯାହାକି ଗରମ ପରିବେଶରେ ମଧ୍ୟ ଲୋକଙ୍କୁ ଥଣ୍ଡା ଲାଗିଥାଏ । ପଞ୍ଚମରେ ଆପଣ ପରିଶ୍ରା କଲାବେଳେ ଯଦି ଆପଣ ପରିଶ୍ରାରେ କିଛି ପରିବର୍ତ୍ତନ ଲକ୍ଷ କରୁଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଯେତେବେଳେ ପରିଶ୍ରାରେ ରକ୍ତ ପଡିବାର ଆପଣ ଦେଖିବେ ।

ତେବେ ଏହି ଲକ୍ଷଣ ଦେଖି ଜାଣିଯିବେ, ଆପଣଙ୍କ କିଡନୀ ପୁରା ଖରାପ ହୋଇଯିବାର ସଙ୍କେତ ଦେଉଛି । ଏପରି ସଙ୍କେତ ପାଇବା ମାତ୍ରେ ଜମା ଡେରି ନକରି ତୁରନ୍ତ ଡାକ୍ତରଙ୍କ ସହିତ ସାକ୍ଷତ କରନ୍ତୁ ଏବଂ ନିଜର ସମସ୍ଯା ବିଷୟରେ ଜଣାଇ ତାଙ୍କ ପରାମର୍ଶ ଅନୁସାରେ ନିଜର ଉପଯୁକ୍ତ ଭାବରେ ଚିକିତ୍ସା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button