ବେଡରୁମରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ହୋଇପାରେ କ୍ଷତି

ବାସ୍ତୁ ଶାସ୍ତ୍ରର ନିୟମ ଜୀବନ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ଯାହା ଆମ ଜୀବନକୁ ସହଜ କରି ଦେଇଥାଏ । ବାସ୍ତୁ ଶାସ୍ତ୍ରକୁ ଅନେକ ଲୋକ ବିଶ୍ବାସ କରୁଥିବା ଆଉ କିଛି ଲୋକ ଏହାକୁ ମାନି ନଥାନ୍ତି । ଅନେକ ଜିନିଷ ବାସ୍ତୁ ଶାସ୍ତ୍ର ସହିତ ଜଡିତ । ଯାହା ଉନ୍ନତି ଏବଂ କ୍ଷୟର କାରଣ ହୋଇଥାଏ । ତେବେ ବେଡରୁମ୍ ସହିତ ଜଡିତ ୫ଟି ବାସ୍ତୁ ଶାସ୍ତ୍ର ନିୟମ ସମ୍ପର୍କରେ ଆସନ୍ତୁ ଜାଣିବା ।
୧. ବେଡରୁମରେ ବିଛଣାକୁ ସାଧାରଣତଃ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ୍ । ଏହା ବେଡରୁମ୍ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଯାହା ଦ୍ବାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ ।
୨. ବେଡରୁମ ଭିତରେ ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ୍ ନୁହେଁ । ଏହା ଘର ପ୍ରତି କ୍ଷତିକାରକ ହୋଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଏହା କରିବା ଅନୁଚିତ୍ ।
୩. ଶୋଇବା ଘରେ ଦର୍ପଣ ଲଗାନ୍ତୁ ନାହିଁ । ଦର୍ପଣ ଲଗାଇବା ଦ୍ବାରା ଘରର ବାସ୍ତୁ ନଷ୍ଟ ହୋଇଯାଇଥାଏ । ବୈବାହିକ ଜୀବନରେ ଦ୍ବନ୍ଦ ସୃଷ୍ଟି କରେ । ଘରେ କଳହ ଲାଗି ରୁହେ । ଯଦି ଆପଣ ବେଡରୁମରେ ଦର୍ପଣ ରଖୁଛନ୍ତି ତେବେ ବେଡ୍ ସିଧାରେ ଏହାକୁ ରଖନ୍ତୁ ନାହିଁ ।
୪. ଶୋଇବା ଘରେ କେବେ ବି ଖାଇବା ଉଚିତ୍ ନୁହେଁ । ଶୋଇବା ଘରେ ଖାଇବା ଦ୍ବାରା ଦାରିଦ୍ର୍ୟତା ଦେଖାଦେଇଥାଏ ।
୫. ଲୋକମାନେ ବେଡରମରେ ସାଧାରଣତଃ ଲାପଟପ୍ ବ୍ୟବହାର କରିଥାଆନ୍ତି । ଯାହା ଘର ଉପରେ କୁପ୍ରଭାବ ପକାଇଥାଏ । ଏପରି କରିବା ଦ୍ବାରା ମାନସିକ ଚାପ ବଢିଥାଏ । ତେଣୁ ଫୋନ୍, ଲାପଟପ ବେଡରୁମରେ ରଖନ୍ତୁ ନାହିଁ । ନଚେତ୍ ଘର ଉପରେ ନକରାତ୍ମକ ପ୍ରଭାବ ପକାଇବ ।




