ସ୍ୱାସ୍ଥ୍ୟ

କେମିତି ଜାଣିବେ ଆପଣଙ୍କୁ ହୋଇଛି Liver Cancer ? ଜାଣନ୍ତୁ ଏହାର ଲକ୍ଷଣ ଓ କିପରି ଏଥିରୁ ବଞ୍ଚିବେ ?

ଯଦି ଲିଭର ରେ ଆପଣ ଙ୍କର ଅଧିକ ମାତ୍ରରେ ଚର୍ବି ଜମା ହୋଇ ରହିଯାଇଛି, ତେବେ ସେହି କ୍ଷେତ୍ରରେ ବ୍ୟକ୍ତି କୁ ଫ୍ୟାଟି ଲିଭର ହୋଇଛି ବୋଲି କୁହାଯାଇ ଥାଏ । ଆଜିର ସମୟରେ କେବଳ ଆମ ଦେଶ ଭାରତ ରେ ମୋଟ 30 ରୁ 40 ପ୍ରତିଶତ ଲୋକ ମାନଙ୍କ ଠାରେ ଫ୍ୟାଟି ଲିଭର ହେବାର ଦେଖା ଯାଇଛି । ଏହା ଏକ ଏଭଳି ରୋଗ ଯାହା ବାହାରୁ ଦେଖାଯାଇ ଜାଣି ହୋଇ ନଥାଏ । ଯେଉଁ ବ୍ୟକ୍ତି ମାନେ ଅଧିକ ରୁ ଅଧିକ ନିଶଆ ପାନ କରିଥାନ୍ତି, ସେମାନଙ୍କୁ ଶୀଘ୍ର ଫ୍ୟାଟି ଲିଭର ହେବାର ଦେଖା ଯାଇଥାଏ ।

 

ଏହାଛଡା ଯେଉଁ ମାନଙ୍କୁ ଡାଇବେଟିସ ବା ମଧୁମେହ ରୋଗ ରହିଅଛି, ଓ ଶରୀରରେ ଅଧିକ ମାତ୍ରାରେ କୋଲୋଷ୍ଟ୍ରୋଲ ମଧ୍ୟ ସେହି ମାନଙ୍କୁ ମଧ୍ୟ ଫ୍ୟାଟି ଲିଭର ହେବାର ଦେଖା ଯାଇଥାଏ । ଏହାର ଅନ୍ୟ ଏକ କାରଣ, ଯେଉଁ ମାନେ ସବୁବେଳେ ଡାକ୍ତର ଙ୍କର ବିନା ପରାମର୍ଶ ରେ ହିଁ ବିଭିନ୍ନ ପ୍ରକାରର ଔଷଧ ମାନ ଖାଇଥାନ୍ତି, ସେମାନଙ୍କୁ ମଧ୍ୟ ଫ୍ୟାଟି ଲିଭର ହେବାର ଦେଖା ଦେଇଥାଏ ।

କୌଣସି ସମସ୍ଯା ହେଲେ ସେପରି ବିଶେଷ କିଛି ଲକ୍ଷଣ ମାନ ଦେଖା ଦେଇନଥାଏ । କିନ୍ତୁ ଅନେକ କ୍ଷେତ୍ରରେ ବ୍ୟକ୍ତି ଙ୍କୁ ଦୁର୍ବଳ ଲାଗିବା, ଭୋକ ନ ହେବା, ବାନ୍ତି ଆଦି ଲାଗିବା, ହାଲିଆ ଲାଗିବା, ଗୋଡ, ହାତ ଓ ପେଟ ଆଦି ଫୁଲିଯିବା ଭଳି ସମସ୍ଯା ଗୁଡିକର ସମ୍ମୁଖୀନ କରିବାର ଦେଖା ଯାଇଥାଏ । ସାଧାରଣତଃ ମଦୟପାନ ଦ୍ଵାରା ଯେଉଁ ମାନଙ୍କର ଲିଭର ଜନିତ ସମସ୍ଯା ଦେଖା ଦିଏ ଓ ଯେଉଁ ମାନଙ୍କର ଡାଇବେଟିସ ଥାଇ ମଧ୍ୟ ଲିଭର ଜନିତ ସମସ୍ୟା ଦେଖାଦିଏ, ସେହି ସମସ୍ତ ଙ୍କର ପ୍ରାୟତଃ ଲକ୍ଷଣ ଗୁଡିକ ସମାନ ହୋଇଥାଏ ।

 

ତଥାପି  ଲିଭର ରୋଗ ର ଏକ ଲକ୍ଷଣ ହେଉଛି ପ୍ରଥମେ ଏହା କିଛି ଜଣା ପଡି ନଥାଏ । କେବଳ ଦୁର୍ବଳ ଅନୁଭବ ହୋଇଥାଏ । କିନ୍ତୁ ଯେତେବେଳେ ରୋଗୀଟିର ଅଲ୍ଟ୍ରାସାଉଣ୍ଡ କରାଯାଏ, ସେତେବେଳେ ବାସ୍ତବରେ ରୋଗ ବିଷୟରେ ଜଣା ପଡିଥାଏ । ମଦୟପାନ ଜନିତ ଫ୍ୟାଟି ଲିଭର ରୁ ରକ୍ଷା ପାଇବା ପାଇଁ ପ୍ରଥମେ ମଦ ତଥା ସମସ୍ତ ପ୍ରକାରର ନିଶଆ ଜାତୀୟ ପଦାର୍ଥ ଗୁଡିକ ତ୍ୟାଗ କରିବାକୁ ପଡିବ ।

ତାହା ସହ ଯେଉଁ ମାନଙ୍କର ଡାଇବେଟିସ ଜନିତ ଫ୍ୟାଟି ଲିଭର ହେବାର ଦେଖା ଦେଇଥାଏ ସେମାନଙ୍କୁ ମଧ୍ୟ ନିଜର ଓଜନ କୁ ହ୍ରାସ କରିବାକୁ ପଡିବ । ରକ୍ତରେ ଥିବା କ୍କୋଲୋଷ୍ଟ୍ରୋଲ କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ । ଏଥିପାଇଁ ପ୍ରତିଦିନ ବ୍ୟାୟାମ ଆଦି କରିବା ନିହାତି ଆବଶ୍ୟକ । ଏହାଛଡା ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ର ଥରେ ଲିଭର ଖରାପ ହେଇ ଯାଉଛି ଏବଂ ତାହାର ଟ୍ରାଂଷ୍ପରେଣ୍ଟ ହେବା ପରେ ଅନ୍ୟ ଏକ ନୂତନ ଲିଭର ଲାଗୁଛି, ସେହି କ୍ଷେତ୍ରରେ ଯଦି ସେହି ବ୍ୟକ୍ତି ଜନକ ଲିଭର ଟ୍ରାଂଷ୍ପରେଣ୍ଟ ପରେ ପୁଣି ମଦୟପାନ କରିବା ଆରମ୍ଭ କରି ନିଏ, ତେବେ ସେହି ବ୍ୟକ୍ତି କୁ ପୁଣି ଆଉ ଏକ ଥର ଲିଭର ସିରିସିସ ହେବାର ଚାନ୍ସ ରହିଥାଏ ।

ରୋଗୀ ଟି ଅଧିକ ରୁ ଅଧିକ 2, 3 ବର୍ଷ ମଧ୍ୟରେ  ମୃତ୍ୟୁ କୁ ପ୍ରାପ୍ତ ହୋଇ ପାରେ । ତେଣୁ ମଦୟପାନ କରିବା ବ୍ୟକ୍ତି କୁ ସଂପୂର୍ଣ୍ଣ ରୂପରେ ଛାଡିବାକୁ ହୋଇଥାଏ । ଏହା ସହ ମଦ, ମସଲା, ମେଦ, ମାଂସ, ମିଠା ଆଦିରୁ ନିହାତି ଦୂର ରେ ରହିବା ଆବଶ୍ୟକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button