ମହିଳାଙ୍କ ଠାରେ ହ୍ୱାଇଟ ଡିସଚାର୍ଜ ସମସ୍ୟା, ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା,
ମେଡିକାଲ ଭାଷା ରେ ହ୍ୱାଇଟ ଦିଶ୍ଚାର୍ଜ୍ କୁ ଲୁକୋରିଆ ବୋଲି କୁହାଯାଇଥାଏ । ଆଜିକାଲିର ସମୟରେ ଧଳା ସ୍ରାବ ମହିଳା ମାନଙ୍କ ଠାରେ ଏକ ସାଧାରଣ ସମସ୍ୟା । ତେଣୁ ଏହାକୁ ନେଇ ଅତ୍ୟାଧିକ ଭୟଭୀତ ହେବାର କୌଣସି ପ୍ରୟୋଜନ ନାହିଁ । କିନ୍ତୁ ଯଦି ଏହି ଦିଶ୍ଚାର୍ଜ୍ ର ରଙ୍ଗ ବଦଳି ଯାଏ, ତେବେ ଏହା ଏକ ଚିନ୍ତା ର ବିଷୟ ହୋଇପାରେ । ତେଣୁ ବନ୍ଧୁଗଣ ଏହାକୁ ନେଇ ଆମେ ଆଜି ଆପଣଙ୍କ ସମ୍ମୁଖ ରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକତା ଦାସ ଙ୍କ ସହ ପରାମର୍ଶ କରି ଏହାର କାରଣ, ବିଷୟ ଓ ପ୍ରତିକାର ର ଉପାୟ ଗୁଡିକୁ ନେଇ ଆସିଛୁ ।
ମାସିକ ଋତୁସ୍ରାବ ସମୟରେ ଶରୀରରେ ବିଭିନ୍ନ ପ୍ରକାରର ହରମନ୍ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଧାତୁସ୍ରାବ ସୃଷ୍ଟି ହେବା କୌଣସି ପ୍ରକାରର ଖରାପ କଥା ନୁହେଁ । ଏହା ବାସ୍ତବରେ ପ୍ରାଇଭେଟ ପାର୍ଟକୁ ଆଦ୍ର ରଖିବାରେ ସହାୟତା କରିଥାଏ। ତେଣୁ କୁହାଯାଏ ମଧ୍ୟ ଏହା ଏକ ପ୍ରକାରର ପ୍ରାଇଭେଟ ପାର୍ଟ କୁ ସୁରକ୍ଷା ପ୍ରଦାନ କରୁଅଛି ।
ଏହାକୁ ନେଇ ବେଳେବେଳେ ୟୁରିନ ଇନ୍ଫେକ୍ସନ ହେବା ମଧ୍ଯ ଦେଖା ଦେଇଥାଏ । ତେଣୁ ଯଦି ଆପଣ କୌଣସି ଏଭଳି ସମସ୍ଯା ଦେଖୁଛନ୍ତି, ତେବେ ନିଶ୍ଚୟ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ସାଧାରଣତଃ ଏହାର କାରଣ ଇନଫେକ୍ଶନ ଯୋଗୁଁ ହେବାର ଦେଖା ଯାଇଥାଏ । ଇନଫେକ୍ଶନ ରେ ମଧ୍ୟ କୌଣସି ପ୍ରକାରର ବ୍ୟକ୍ଟେରିଆଲ ଇନଫେକ୍ଶନ ହୋଇପାରେ ବା ଫଙ୍ଗାଲ ଇନଫେକ୍ଶନ ମଧ୍ୟ ହୋଇପାରେ ।
ସାଧାରଣତଃ ମୋଟା ଲୋକଙ୍କୁ ବା ଡାଇବେଟିସ ବହୁତ ଦିନରୁ ଧରି ରହିଥିବା ଲୋକଙ୍କୁ ଫଙ୍ଗାଲ ଇନଫେକ୍ଶନ ବା କ୍ୟାଣ୍ଡିଡା ହେବାର ଦେଖା ଯାଇଥାଏ । କିଛି କ୍ଷେତ୍ରରେ ଏହା ସାଥିଙ୍କ ସହ ସହବାସ କରୁଥିବା ସମୟରେ ମଧ୍ୟ ସଂକ୍ରମଣ ହୋଇ ଆସି ଯାଇଥାଏ । ବନ୍ଧୁଗଣ ପ୍ରାଇଭେଟ ପାର୍ଟ ଶରୀର ର ଏକ ଅତ୍ୟନ୍ତ ସେଂସେନ୍ସିଟିବ ସ୍ଥାନ ହୋଇଥାଏ । ତେଣୁ ଏହି ସ୍ଥାନ ର ବିଶେଷ ଯତ୍ନ ନେବାକୁ ହୋଇଥାଏ ।
ତାହାଛଡା ଏହି ସ୍ଥାନ କୁ ସ୍ବଚ୍ଛ ମଧ୍ୟ ରଖାଯିବା ଆବଶ୍ୟକ । ଏଥିସହିତ ଏହି ସ୍ଥାନରେ ସାବୁନ ଆଦି କୌଣସି ପ୍ରକାର କେମିକାଲ ଜିନିଷ ର ବ୍ୟବହାର କରାଯିବା ଉଚିତ ହୋଇନଥାଏ । ତାହାସହ ଯେଉଁ ମାନଙ୍କର ଇନଫେକ୍ଶନ ରହିଅଛି, ସେମାନେ ଅଧିକ ଜିନ୍ସ ପ୍ଯାଣ୍ଟ ବା ଚାପି ହୋଇ ରହୁଥିବା ଭଳି ବସ୍ତ୍ର ସବୁବେଳେ ପରିଧାନ କରିବା ଉଚିତ ହୋଇନଥାଏ ।