ସ୍ୱାସ୍ଥ୍ୟ

ଗବେଷଣାରୁ ମିଳିଲା ସାଂଘାତିକ ତଥ୍ୟ ! ଏସବୁ ଖାଦ୍ୟ ଖାଇଲେ ଆପଣଙ୍କୁ ଗ୍ରାସିପାରେ କ୍ୟାନ୍ସର

ନୂଆଦିଲ୍ଲୀ:ରୋଗଭିତରେ ସବୁଠୁ ଘାତକ ହେଉଚି କ୍ୟାନ୍ସର। ଯାହା ନାଁ ଶୁଣିଲେ ଛାତିରେ ଛନକା ପଶିଥାଏ। କାରଣ ଥରେ ଏହି ରୋଗ ଗ୍ରାସକଲେ ଏହା କବଳରୁ ବର୍ତ୍ତିବା ମୁସ୍କିଲ। ତେବେ ବିଭିନ୍ନ କାରଣରୁ ଏହି ରୋଗ ଶରୀରକୁ କବଳିତ କରିଥାଏ। ତେବେ ଦୈନନ୍ଦିନ ଆମେ ଖାଉଥିବା କିଛି ଖାଦ୍ୟଜନିତ କାରଣରୁ କ୍ୟାନ୍ସର ହୋଇଥାଏ। ଯାହା ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଏମିତି କିଛି ଖାଦ୍ୟ ଏବଂ ଏଗୁଡ଼ିକୁ ଯେଉଁଥିରେ ସିଲ କରାଯାଇଛି ସେଥିରେ ଅତ୍ୟଧିକ ମାତ୍ରାରେ କେମିକାଲ ଏବଂ ଏସିଡ ଭାଗ ଥାଏ। ଖାଦ୍ୟକୁ ତାଜା ରଖିବା ଏବଂ ସୁସ୍ୱାଦୁ କରିବା ନିଶାରେ ସେଥିରେ କେବଳ ବିଷହିଁ ମିଶ୍ରଣ ହେଉଚି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସମାଗ୍ରୀ କିଭଳି ଭାବେ କ୍ୟାନ୍ସର ବାହକର ଉପାଦାନ ଥାଏ।

୧-ଆଳୁ ଚିପ୍ସ:  ବଜାରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଆଳୁ ଚିପ୍ସ ପ୍ରାୟ ସମସ୍ତେ ଖାଆନ୍ତି।   ହେଲେ ଏଥିରେ ବହୁଳମାତ୍ରାରେ କ୍ୟାଲୋରି ରହିଥାଏ ।  କିନ୍ତୁ ଏକ ଗବେଷଣାରୁ  ଜଣାପଡ଼ିଛି ଯେ, ଏଥିରେ ଏକ୍ରିଲାମାଇଡ  ଭଳି ଘାତକ ପଦାର୍ଥ ରହିଛି । ଏହା କର୍କଟର ବାହକ ବୋଲି କୁହାଯାଉଛି।    ଏହି ଏକ୍ରିଲାମାଇଡ ଉପାଦାନ  ସିଗାରେଟରେ ରହିଥାଏ।

୨-ପ୍ୟାକେଟ ଭର୍ତ୍ତି  ମାଂସ: glycemic  ତେଲରେ ଛଣା ହୋଇ ପ୍ୟାକେଟରେ ଭର୍ତ୍ତି ହୋଇ ଆସୁଥିବା ମାଂସ  ରେଷ୍ଟୁରାଣ୍ଟ, କିମ୍ବା ଫୁଡ ଷ୍ଟଲଗୁଡିକରେ ମିଳିଥାଏ ।  ଏଥିରେ ପ୍ରଚୁର ପରିମାଣରେ ସୋଡିୟମ ନାଇଟ୍ରେଟ ଭଳି କେମିକାଲ ରହିଥାଏ। ମନ ଲୋଭାଉଥିବା ଏହି ମାଂସ ପିସ ଗୁଡ଼ିରେ  ପ୍ରଚୁର ମାତ୍ରାରେ କାର୍ସିନୋଜେନ ବା କର୍କଟ ବାହକ କେମିକାଲ ରହିଥାଏ॥ ଏହା ଶରୀର ଟିସୁ ଉପରେ କୁ ପ୍ରଭାବ ପକାଇ ଥାଏ। ଶରୀରକୁ ଏହା ଅତିମାତ୍ରାରେ ଦୁର୍ବଳ କରିଥାଏ ।

୩- ମାଇକ୍ରୋୱେଭେନ ପପକର୍ନ: ଏଥିରେ କୌଣସି ହାନୀ କାରକ ପଦାର୍ଥ ‌ଅଧିକ ମାତ୍ରାରେ ନ ଥିଲେ ମଧ୍ୟ ଏହା ଯେଉଁ ବ୍ୟାଗରେ ପ୍ୟାକିଂ ହୋଇଆସେ ସେଥିରେ ସମସ୍ୟା ରହିଛି। ଏହି ବ୍ୟାଗ ଗୁଡ଼ିକରେ ପରଫ୍ଲୁରୋ ଓକଟାନୋଇକ ଏସିଡି (perfluoro-octanoic acid (or PFOA) ) ବୋଳାଯାଇଥାଏ।  ଏହି ଏସିଡି ଲିଭର, ଟିସୁ , ମୁତ୍ରାଶୟ, ବୃକକ୍ ଉପରେ କୁ ପ୍ରଭାବ ପକାଇଥାଏ॥  ଏଥିରେ ଅଣ୍ଡକୋଷ ଜନିତ କର୍କଟ ହେବାର ଅଶଙ୍କା ଥାଏ ।

୪-ହାଇଡ୍ରୋ ଜେନେଟେଡ ତେଲ:ଶୀଘ୍ର ନଷ୍ଟ ନ ହୋଇ ଅଧିକ ସମୟ ସତେଜ ରହିବାକୁ ଏହି ତେଲରେ କେମିକାଲ ମିଶ୍ରଣ କାରାଯାଇଥାଏ।  ଏହା ହୃତପିଣ୍ଡ ଜନିତ ସମସ୍ୟା, କର୍କଟ, ଭଳି ଘାତକ ରୋଗ କରାଇଥାଏ।

 

୫- ଡବାରେ ବନ୍ଦ ଥିବା ଖାଦ୍ୟ(ଡବା ଖାଦ୍ୟ)- ଅଧିକାଂଶରେ ଡବା ଖାଦ୍ୟରେ (bisphenol-A (BPA) )ବିସଫୋନେଲ-ଏ (ବିପିଏ) କ୍ୟାମିକାଲ ରହିଥାଏ । ଗବେଷଣା ଅନୁଯାୟୀ ଏହା ଶରୀରେ କର୍କଟ ରୋଗକୁ ଜନ୍ମ ଦିଏ।   ମୁଖ୍ୟତ ଟମାଟୋ ଡବାରେ ପ୍ୟାକ ହୋଇ ଆସିଲେ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ହାନିକାରକ। କାରଣ ଏଥିରେ ପ୍ରଚୁର ପରିମାଣରେ ଅମ୍ଳ ରହିଥାଏ ।

୬- ଅତ୍ୟଧିକ ପଲିସ ହୋଇଥିବା ଅଟା : ଏଥିରେ ପ୍ରଚୁର ପରିମାଣରେ ଗ୍ଲାଇସେମିକ (glycemic ) ଥାଏ।  ଯାହା ରକ୍ତରେ ଶର୍କରା ଓ ଇନସୁଲିନ ସ୍ତରକୁ  ବଢ଼ାଇଥାଏ।   ଏହା ଶରୀରେ କର୍କଟ ଏବଂ  ମଧୁମେୟ ଭଳି ମାରାତ୍ମକ ରୋଗକୁ ଜନ୍ମ ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button