Lipoma କ’ଣ ? ଯାହା ପାଇଁ Skin ଭିତରେ ବଢିଥାଏ ଚର୍ବିର ଗଣ୍ଠି, ଜାଣନ୍ତୁ ଏହାର ଚିକିତ୍ସା…

ସୂଚନା ଅନୁସାରେ ଶରୀରର ସ୍କିନ ଭିତରେ ଏକ ମାଂସ ପିଣ୍ଡୁଳା ସଦୃଶ ଗଣ୍ଠି ହୋଇଯାଇଥାଏ । ଯାହାକୁ ଲାଇପୋମା କୁହାଯାଇଥାଏ। ସ୍କିନ ଭିତରେ କୌଣସି ଜାଗାରେ ଚର୍ବି ଅତ୍ୟଧିକ ଜମା ହୋଇକରି ଏକ ଜାଗାରେ ଏକତ୍ରିତ ହୋଇଯାଇଥାଏ, ଓ ସେହି ଜାଗାରେ ଗଣ୍ଠି ବନିଯାଇଥାଏ । ଏହି ସମସ୍ଯା ପ୍ରାୟତଃ ଲୋକମାନଙ୍କ ପାଖରେ ଦେଖାଯାଇଥାଏ । ସ୍କିନରେ ହେଉଥିବା ସବୁଠାରୁ ସାଧାରଣ ଟ୍ଯୁମର ହେଉଛି ଲାଇପୋମା ।
ଏହାକୁ ପ୍ରାୟ ଲୋକ କ୍ୟାନ୍ସର ବୋଲି ଭାବିଥାନ୍ତି, କିନ୍ତୁ ଏହା କ୍ୟାନ୍ସର ହୋଇନଥାଏ ।ଏହି ଲାଇପୋମା ହୋଇଥିବା ଲୋକମାନଙ୍କର ସେହି ଜାଗାରେ କିଛି ଦରଜ ହୋଇନଥାଏ କି ଏହା ବ୍ୟାପୀ ମଧ୍ୟ ନଥାଏ । ଲାଇପୋମା ଅବସ୍ତାରେ ଥିବା ୧୦୦ ଭାଗ ଲୋକଙ୍କ ମଧ୍ୟରୁ ୧ ରୁ ୨ ପ୍ରତିଶତ ଲୋକଙ୍କୁ ଲାଇପୋସାରକୋମା ସ୍ଥିତି ଯଦି ଆସିଥାଏ । ତେବେ ଏହା କ୍ୟାନ୍ସରର ହେବାର ସୂଚନା ଦେଇଥାଏ ।
ଶରୀରରେ ଲାଇପୋମା ହେବାର ସେମିତି କିଛି ବ୍ୟଜ୍ଞାନିକ କାରଣ ନାହିଁ । ଏହାର ସଠିକ କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ ଜଣାପଡି ନାହିଁ । ଯଦି ଘର ପରିବାରର କାହାକୁ ଲାଇପୋମା ଆଗରୁ ହୋଇଥାଏ । ତେବେ ସେହି ପରିବାର ସଦସ୍ୟ କାହାକୁ ମଧ୍ୟ ଲାଇପୋମା ହେବାର ସମ୍ଭାବନା ରହିଥାଏ । କୌଣସି ଜାଗାରେ ଯଦି ଖଣ୍ଡିଆ କୌଣସି କାରଣରୁ ହୋଇଥାଏ । ତେବେ ପରବର୍ତ୍ତୀ ସମୟରେ ସେହି ଜାଗାରେ ଲାଇପୋମା ହେବାର ଚାନ୍ସ ରହିଥାଏ ।
ଯେଉଁ ବ୍ୟକ୍ତିମାନଙ୍କର ଡାଇବେଟିସ, କୋଲେଷ୍ଟ୍ରଲ୍ କିମ୍ବା ଅଧିକ ମୋଟାପଣ ରହିଥିବ । ସେହି ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଲାଇପୋମା ହେବାର ଦେଖାଯାଇଛି । ଲାଇପୋମା ଶରୀରର କୌଣସି ସ୍ଥାନରେ ଉଠିପାରେ । ଯେପରି ବେକରେ, ମୁହଁରେ, ପିଠି, ହାତ, ପାଦ, ପେଟ, କୋଉଠିବି ହେଇପାରେ । ଏହାର ସେମିତି କିଛି ନିର୍ଦ୍ଧିଷ୍ଟ ଲକ୍ଷଣ ନଥାଏ । ଏଥିରେ ଦରଜ ହୁଏନି, ବ୍ଲିଡିଙ୍ଗ ହୁଏନି, ପାଣି ବାହାରେନି ଛୋଟ ଗଣ୍ଠିରୁ ଧୀରେ ଧୀରେ କରି ଗଣ୍ଠି ବଡ ହୋଇଥାଏ ।
ମହିଳା ମାନଙ୍କ ଠାରୁ ପୁରୁଷ ମାନଙ୍କ କ୍ଷେତ୍ରରେ ଲାଇପୋମା ବେଶି ଦେଖିବାକୁ ମିଳିଥାଏ । ୧୦୦ ପ୍ରତିଶତ ଲୋକଙ୍କ ଭିତରୁ ୧ ରୁ ୨ ପ୍ରତିଶତ ଲୋକଙ୍କୁ ଲାଇପୋମାର ଶିକାର ହେବା ପାଇଁ ପଡିଥାଏ। ଲାଇପୋମା ହୋଇଥିଲେ ଏହାକୁ ସର୍ଜରୀ କରି ଠିକ କରାଯାଇଥାଏ । ଲାଇପୋମା ଛୋଟ ଥିବା ଅବସ୍ଥାରେ ପ୍ରାୟତଃ ଲୋକମାନେ ଏହାକୁ ଅବହେଳା କରିଦେଇଥାନ୍ତି । କିନ୍ତୁ ଯେତେ ଏହି ମାଂସ ପିଣ୍ଡୁଳା ଗଣ୍ଠି ଛୋଟରୁ ଧୀରେ ଧୀରେ କରି ବଡ ହୋଇଥାଏ ।
ସେତେବେଳେ ଏଥି ପ୍ରତି ବହୁତ ଲୋକ ବ୍ୟସ୍ତ ହୋଇଯାଇଥାନ୍ତି, କାଳେ ଏହା କ୍ୟାନ୍ସରର ରୂପ ନେବ । କିନ୍ତୁ ଏପରି କିଛି ହୋଇନଥାଏ । ଲାଇପୋମା ଶରୀରର କୌଣସି ସ୍ଥାନରେ ହେଲେ ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତାପରେ ଡାକ୍ତର ଏହାର ସ୍ଥିତି ଅନୁଧାନ କରି ତାହାର ଅପେରେସନ କରିଦେବେ । ତାପରେ ସେହି ଜାଗା ସ୍କିନ ସହିତ ମିଶି ସମାନ ହୋଇଯିବ ।