ଦେଶ- ବିଦେଶ

ଗର୍ଭ ଧାରଣ କରିବାର ସଠିକ ସମୟ କଣ ?

। ଯଦି ଏକ ମହିଳା ଏକ ଉତ୍ତମ ଓ ସୁସ୍ଥ ସନ୍ତାନ ଟିକୁ ଜନ୍ମ କରିବାକୁ ଚାହେଁ, ତେବେ ଏହା ପାଇଁ ଅବଶ୍ୟକ କି ସେ ଉଚିତ ସମୟରେ ଠିକ ଭାବରେ ଗର୍ଭ ଧାରଣ କରୁ । କାରଣ ଏକ ସନ୍ତାନ ଟିର ଜନ୍ମ ରେ ମା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ମାର ବୟସ ସଠିକ ହେବ ନିହାତି ହେବ ଆବଶ୍ୟକ । ଏପରିକି ବିଜ୍ଞାନ ଅନୁସାରେ ଏକ ମହିଳା ପାଇଁ ମା ହେବାର ଉଚିତ ସମୟ 21 ବର୍ଷ ରୁ ନେଇ 29 ବର୍ଷ ବୋଲି କୁହାଯାଇଛି ।

 

ତେଣୁ ଯଦି ଏହି ସମୟ ମଧ୍ୟରେ ଯଦି କୌଣସି ମହିଳା ଗର୍ଭ ଧାରଣ କରେ, ତେବେ ତାହାଦ୍ଵାରା ସେହି ମହିଳା ଏକ ଉତ୍ତମ ସନ୍ତାନ ଟିକୁ ଜନ୍ମ ହେବ । ତାହାଛଡା ଅନେକ ସମୟରେ ବହୁ ଚେଷ୍ଟା ପରେ ମଧ୍ୟ ଦମ୍ପତ୍ତି ମାନଙ୍କର ପ୍ରଶ୍ନ ରହିଥାଏ କି ସେମାନେ ଗର୍ଭ ଧାରଣ କରି ପାରୁ ନାହାନ୍ତି ।

କାରଣ ହେଉଛି ମଧ୍ୟ ସମୟ । ଏକ ସୁସ୍ଥ ସନ୍ତାନ ପାଇଁ ମା’ର ସଠିକ ବୟସ ହେବା ସହ ସହବାସ ର ମଧ୍ୟ ସଠିକ ସମୟ ହେବା ନିହାତି ଆବଶ୍ୟକ । ତେଣୁ ସହବାସ ର ମଧ୍ୟ ସଠିକ ସମୟ ଜାଣିବା ଆବଶ୍ୟକ ହୋଇଥାଏ । ଅଧିକାଂଶ ଲୋକ ଙ୍କର କିଛି ଏଭଳି ସମସ୍ଯା ରହିଥାଏ କି ପ୍ରତିମାସରେ ଠିକ ଭାବରେ ଠିକ ସମୟରେ ଋତୁ ଚକ୍ର ହେଉଥିବା ସତ୍ବେ ମଧ୍ୟ ସେମାନେ ଗର୍ଭ ଧାରଣ କରି ପାରୁ ନାହାନ୍ତି ।

 

ଏପରିକି ସ୍ଵାମୀ ଙ୍କର ମଧ୍ୟ ଧାତୁ ଠିକ ଭାବରେ ରହୁଛି । ଟିୟୁବ ରେ ମଧ୍ୟ କୌଣସି ଅସୁବିଧା ନାହିଁ । ଅଲ୍ଟ୍ରାସାଉଣ୍ଡରେ ସବୁ ଠିକ ଅଛି ଓ ହରମୋନ ମଧ୍ୟ ସବୁ ଠିକ ଅଛି । କିନ୍ତୁ ତଥାପି ଗର୍ଭ ଧାରଣ କରି ପାରୁ ନାହାନ୍ତି । ଏଭଳି କ୍ଷେତ୍ରରେ ମହିଳା ମାନଙ୍କୁ ଜାଣି ରଖିବା ଉଚିତ କି ପ୍ରତି ସାଇକେଲ ପରେ ଗର୍ଭ ଧାରଣ କରିବା ଦ୍ଵାରା ମହିଳା ମାନଙ୍କର ଗର୍ଭ ବତୀ ହେବାର ସମ୍ଭାବନା ମାତ୍ର 25% ପ୍ରତିଶତ ହିଁ ଥାଏ । ମହିଳା ମାନଙ୍କର ଗର୍ଭଧାରଣ କରିବା ପାଇଁ ଏକ ଫରଟିଲିଟି ୱିଣ୍ଡୋ ରହିଥାଏ ।

ଯଦି ଋତୁଚକ୍ର ର କାଳ 28 ଦିନ ବା 30 ଧରି ରହୁଛି ତେବେ ଏପରି ରେ ଆପଣ ଙ୍କ ପାଇଁ ଏହାର ଠିକ 14 ଦିନ ପୂର୍ବରୁ ସହବାସ କରିବା ଉଚିତ ସମୟ ହୋଇଥାଏ । ଯଦି ଆପଣ ଙ୍କର ସାଇକେଲ ଠିକ ଭାବରେ ଏପରି ରହୁଛି । ତେବେ ଏହାର ଅର୍ଥ ଆପଣଙ୍କର 12 ଦିନ ରୁ ନେଇ 16 ଦିନ ପର୍ଯ୍ୟନ୍ତ ଓଭାରି ରେ ଅଣ୍ଡ ସୃଷ୍ଟି ହେଉଛି ।

 

ଏହି ଅଣ୍ଡ ହିଁ ମହିଳା କୁ ଗର୍ଭ ଧାରଣ କରିବା ରେ ସାହାର୍ଯ୍ୟ କରିଥାଏ । ଏହି ଅଣ୍ଡର ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟ ରହିଥାଏ । ଯେପରିକି ମାତ୍ର 24 ଘଣ୍ଟା ପର୍ଯ୍ୟନ୍ତ ଏହି ଅଣ୍ଡ ଟି ସୁରକ୍ଷିତ ହୋଇ ରହିଥାଏ ତେଣୁ ଏହି ସମୟରେ ଆପଣ ଯଦି ସହବାସ କରନ୍ତି, ତେବେ ଏପରି ରେ ଆପଣ ଙ୍କର ଗର୍ଭଧାରଣ କରିବାର ସମ୍ଭାବନା ଅଧିକ ଥାଏ ।

ଅନେକ ଥର ଋତୁଚକ୍ର ବିଳମ୍ବରେ ହେବା ଦେଖି ଲୋକ ମାନେ ଗ୍ରର୍ଭଧାରଣ କରିବା କଥା ଚିନ୍ତା କରି ନେଇ ଥା’ନ୍ତି । ଏପରି ଋତୁଚକ୍ର ବିଳମ୍ବ ଭିନ୍ନ ଭିନ୍ନ କାରଣ ରୁ ହେବାର ଦେଖା ଯାଇଥାଏ । ତେଣୁ ପ୍ରଥମେ ଏକ ସପ୍ତାହ ଅପେକ୍ଷା କରିବା କଥା । ଏହା ପରେ ଟେଷ୍ଟ କରିବା ଉଚିତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button