ଦେଶ- ବିଦେଶ

ଓଠ କହିଥାଏ କିପରି ହେବ ଆପଣଙ୍କ ଭାଗ୍ୟ ଓ ଚରିତ୍ର, ଜାଣନ୍ତୁ କଣ କୁହେ ଆପଣଙ୍କ ଓଠର ଆକାର ?

ସୂଚନା ଅନୁସାରେ ଦୁନିଆରେ ବିଭିନ୍ନ ଲୋକଙ୍କ ସମସ୍ତଙ୍କ ଶାରୀରିକ ଗଠନ ଅଲଗା ଅଲଗା ପ୍ରକାରର ହୋଇଥାଏ । ଯେପରି ଆପଣମାନେ ଜାଣିଥିବେ ଶରୀରରେ ଥିବା ପ୍ରତ୍ଯେକଟି ଅଙ୍ଗର ଆମ ଜୀବନରେ ଅନେକ ମହତ୍ଵ  ରହିଛି । ସେହି ପରି ଆଜି ଆପଣ ନିଜର ଓଠର ଆକୃତି ଅନୁସାରେ ନିଜର ଭାଗ୍ୟ ଓ ଚରିତ୍ର ଓ ସ୍ଵଭାବ ବିଷୟରେ ଜାଣିପାରିବେ। ପ୍ରତ୍ଯେକ ବ୍ଯକ୍ତିର ଓଠର ଆକୃତି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଓଠର ଉପର ତଳ ଉଭୟ ସମାନ ହୋଇଥାଏ ।

 

ସେହି ବ୍ୟକ୍ତିର ଓଠକୁ ସାମାନ୍ୟ ଓଠ କୁହାଯାଇଥାଏ । ସାମାନ୍ୟ ଓଠ ଥିବା ବ୍ୟକ୍ତିମାନେ ବୁଦ୍ଧିମାନ ଓ ସନ୍ତୁଳିତ ହୋଇଥାନ୍ତି । ନିଜର କାର୍ଯ୍ୟକୁ ସୂଚାରୁ ରୂପରେ ସମ୍ପର୍ଣ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ଜୀବନରେ ଯେମିତି ପରିସ୍ଥିତି ମଧ୍ୟ ଆସିଥାଉ । ନିଜ ବୁଦ୍ଧି ଓ ବିବେକ ଅନୁସାରେ ତାହାକୁ ଠିକ ଭାବେ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଏମାନେ ଅନ୍ୟର ତୁଳାନାରେ ନିଜକୁ ତାଙ୍କଠୁ ଅଧିକ ଭଲ କରି ଗଢିବାକୁ ସବୁବେଳେ ଭାବିଥାନ୍ତି ।

ଏମାନେ ଅନ୍ୟର ଭାବନାକୁ ସମ୍ମାନ କରିଥାନ୍ତି । ଏମାନଙ୍କର ପାଖରେ ସମୟାନୁବର୍ତ୍ତିତା ଗୁଣର ଅଭାବ ରହିଥାଏ । ଯେଉଁ ବ୍ୟକ୍ତିମାନଙ୍କର ଓଠର ଆକୃତି ଉପର ଓଠ ଠାରୁ ତଳ ଓଠ ଛୋଟ  ହୋଇଥାଏ । ଏମାନେ ନିଜକୁ ବହୁତ ଭଲ ପାଇଥାନ୍ତି । ଏମାନେ ଅନ୍ୟର ଚୁଗୁଲାମୀ କରିବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ଏମାନଙ୍କ କଥାରେ ଅନ୍ୟମାନେ ହଁ କହିଥାନ୍ତି ।

 

ସେତେବେଳ ପର୍ଯ୍ୟନ୍ତ ସେମାନେ ଅନ୍ୟକୁ ଭଲ ପାଇଥାନ୍ତି । ଅନ୍ୟମାନେ ଯଦି ସେମାନଙ୍କ ହଁ ରେ ହଁ ମିଳାଇନଥାନ୍ତି । ସେମାନେ ପ୍ରାୟ ସମୟରେ ତାଙ୍କ ଶତ୍ରୁ ହୋଇଯାଇଥାନ୍ତି । ଯେଉଁମାନଙ୍କର ଉପର ଓଠ ଠାରୁ ତଳ ଓଠର ଆକାର ବଡ ହୋଇଥାଏ । ଏହି ଲୋକମାନେ ସବୁବେଳେ ନିଜ କାମରେ କିଛି ନୂଆ ନୂଆ କରିବାକୁ ଭଲ ପାଇଥାନ୍ତି । ନୂଆ ନୂଆ ଜ୍ଞାନ ଆହରଣ କରିବାକୁ ଏମାନଙ୍କର ଅଧିକ ମାତ୍ରାରେ ରୁଚି ରହିଥାଏ ।

ଏମାନେ ଲୋକମାନଙ୍କ ନେତୃତ୍ଵ ନେବାକୁ ଭଲ ପାଇଥାନ୍ତି । ଏପରି ଲୋକମାନେ ନିଜ କଥାକୁ ଅନ୍ୟ ଆଗରେ କହିବାକୁ ପସନ୍ଦ କରିଥାନ୍ତି କିନ୍ତୁ ଅନ୍ୟ କାହା କଥା ଶୁଣିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି । ଯେଉଁ ଲୋକମାନଙ୍କର ଦୁଇ ଓଠର ଆକାର ଅନ୍ୟ ଲୋକଙ୍କ ତୁଳନାରେ ବଡ ହୋଇଥାଏ । ଏପରି ଲୋକମାନେ ଅନ୍ୟର ସେବା ଯତ୍ନ କରିବାକୁ ଭଲ ପାଇଥାନ୍ତି ।

 

ନିଜ ଘର ପରିବାରରେ ସମସ୍ତେ ଭଲରେ ଚଳିବାକୁ ଏମାନେ ଅନେକ ପ୍ରୟାସ କରିଥାନ୍ତି । ଅନ୍ୟ ଲୋକଙ୍କର ଖୁସିରେ ନିଜେ ବହତୁ ଖୁସି ହୋଇଥାନ୍ତି । ଏପରି ଓଠ ଥିବା ଲୋକମାନେ ଲାଜ ପ୍ରକୃତିର ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button