ଦେଶ- ବିଦେଶ

ମହିଳା ମାନେ ଏପରି ସ୍ନାନ କରବା ଦ୍ୱାରା ଆସିଥାଏ ବର୍ବାଦି ଏବଂ ଦାରିଦ୍ର୍ୟତା

ମହିଳା ମାନେ ଏପରି ସ୍ନାନ କରବା ଦ୍ୱାରା ଆସିଥାଏ ବର୍ବାଦି ଏବଂ ଦାରିଦ୍ର୍ୟତା

ନିଜର ଦୈନନ୍ଦିନ ଜୀବନରେ ଅନେକ କାମ ରହିଥାଏ ଯାହା ମନୁଷ୍ୟ ପ୍ରତ୍ୟେକ ଦିନ କରିଥାଏ । ସେଥିମଧ୍ୟରୁ କିଛି କାମ ମନେ ରହିଥାଏ କାରଣ ତାହା ଏକ ଅଭ୍ୟାସ ହୋଇଥାଏ । ମାତ୍ର ଆଉ କିଛି କାମ ମନେ ରହେ ନାହିଁ । ସେଥିମଧ୍ୟରୁ ଗୋଟିଏ ଅନ୍ୟତମ କାମ ହେଉଛି ସ୍ନାନ କରିବା । ଯାହା ଅତ୍ୟନ୍ତ ଜରୁରୀ ହୋଇଥାଏ । ପ୍ରତ୍ୟେକ ଦିନ ସ୍ନାନ କରିବା ଖୁବ ଆବଶ୍ୟକ ଅଟେ । ଏପରି କୁହାଯାଏ ଯେ ବିନା ସ୍ନାନରେ କୌଣସି କାମ ସଫଳ ହୁଏନାହିଁ । ତେବେ ପ୍ରତ୍ୟେକ ଦିନ ଖାଦ୍ୟ ସେବନ କରିବା ଯେତେ ଜରୁରୀ ହୋଇଥାଏ ସ୍ନାନ କରିବା ମଧ୍ୟ ସେତିକି ଜରୁରୀ ହୋଇଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ କୌଣସି ବି କାର୍ଯ୍ୟ ପୂର୍ବରୁ ସ୍ନାନ କରିବା ଜରୁରୀ ହୋଇଥାଏ ନଚେତ କୌଣସିବି ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସ୍ନାନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଯାହାର ପରିଣାମ ଅନୁଯାୟୀ ଘରକୁ ବର୍ବାଦି ଆସିବା ଏବଂ ଭୟଙ୍କର ରୋଗ ଆସିବା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଆମେ ଆପଣଙ୍କୁ ସ୍ନାନ ସମୟରେ ହେଉଥିବା ସେହିସବୁ ଭୁଲ ବିଷୟରେ କହିବୁ ।

୧ . ଅଧା ସଫାସୁତୁରା :-

ଅଧା ସ୍ନାନ କରିବା ଭଳି କାମ ଅନେକ ଲୋକ କରିଥାନ୍ତି । ଯାହାକି ବର୍ବାଦିର ସବୁଠାରୁ ବଡ଼ କାରଣ ଅଟେ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଅଧା ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ଜାତକ ମଧ୍ୟ ବିଗିଡ଼ି ଯାଇଥାଏ । ଏଥିପାଇଁ ଅଧୁରା କାମ କେବେ କରନ୍ତୁ ନାହିଁ ।

୨ . ମହିଳାଙ୍କ ସ୍ନାନ ଦ୍ୱାରା ଆସିଥାଏ ବର୍ବାଦି :-

ମହିଳା ମାନେ କେବେବି ଭୁଲରେ ଏପରି ସ୍ନାନ କରିବା ଉଚିତ ନୁହେଁ । ଅର୍ଥାତ ସ୍ନାନ ସମୟରେ ଅତି କମରେ ଗୋଟିଏ କପଡ଼ା ଶରୀରରେ ରହିବା ଉଚିତ ଅର୍ଥାତ । ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଖାସ କରି ମହିଳାଙ୍କୁ ରାତି ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ । ନଚେତ ମହିଳାଙ୍କ ଉପରେ ଦୋଷ ଲାଗିପାରେ ।

୩ . ସ୍ନାନ ପରେ ଅନ୍ୟର ଟାୱେଲ ବ୍ୟବହାର :-

ସ୍ନାନ କରି ସାରିବା ପରେ ଶରୀର ପୋଛିବା ପାଇଁ ଭୁଲରେ ବି ଅନ୍ୟର ଟାୱେଲ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ବିଭିନ୍ନ ପ୍ରକାରର ତ୍ୱଚା ସମ୍ବନ୍ଧୀୟ ରୋଗ ହୋଇପାରେ । ଏହାଦ୍ବାରା କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇପାରେ । ତେଣୁ ସର୍ବଦା ସଫା ଟାୱେଲର ବ୍ୟବହାର କରନ୍ତୁ । ଅନ୍ୟର ବସ୍ତ୍ରକୁ ମଧ୍ୟ ଉପଯୋଗ କରିବା ଉଚିତ ନୁହେଁ । ଏହାଦ୍ବାରା ଦୋଷ ଲାଗିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button