ଦେଶ- ବିଦେଶ

ମନର ଖରାପ ବିଚାରକୁ କେମିତି କଣ୍ଟ୍ରୋଲ କରିବେ ?

ସୂଚନା ଅନୁସାରେ ଜଣେ ମନୁଷ୍ୟ ଯେତେ ମଧ୍ୟ ନିଜକୁ ଚିନ୍ତାମୁକ୍ତ କରି ରଖିବା ପାଇଁ ଚେଷ୍ଟା କରିଥାଉ । ମଣିଷ କେବେ ମଧ୍ୟ ସଂପୂର୍ଣ୍ଣ ଭାବରେ ନିଜ ମସ୍ତିସ୍କରୁ ନେଗେଟିଭ୍ ଥଟ୍ କୁ କାଢିପାରେ ନାହିଁ । ସବୁବେଳେ କିଛି ନା କିଛି କାରଣ ପାଇଁ ନିଜକୁ ଚିନ୍ତାର ଅଧୀନ କରିଦେଇଥାଏ । ନିଜ ମୁଣ୍ଡରୁ ଏହି  ଦୁଶ୍ଚିନ୍ତାକୁ ଦୂର କରିବା ପାଇଁ ଏକ ସୁନ୍ଦର ଗପ ଜାଣିବାକୁ ପାଇବେ । ଏକଦା ଜଣେ ଜ୍ଞାନୀ ଲୋକ ଥିଲେ । ତାଙ୍କର ଜ୍ଞାନ ଉପରେ ବହୁତ ଦକ୍ଷତା ରହିଥିଲା ।

 

ସେହି ବ୍ୟକ୍ତିଙ୍କ ମନରେ ସବୁବେଳେ ଏକ ଶକ୍ତି ପ୍ରାପ୍ତ କରିବାର ଇଛା ରହୁଥିଲା । ସେହି ବ୍ୟକ୍ତି ଜଣଙ୍କ ଏତେ ବୁଦ୍ଧିମାନ ହୋଇ ମଧ୍ୟ ଏପରି କେଉଁ ଶକ୍ତି ପ୍ରାପ୍ତ କରିବାକୁ ଚାହିଁଥିଲେ । ବ୍ୟକ୍ତି ଜଣଙ୍କ ମନରେ ଆଗ୍ରହ ରହୁଥିଲା ସେ ଏଭଳି ଏକ ଶକ୍ତି ନିଜ ପାଖରେ ରଖିବେ । ଯାହା ଦ୍ଵାରା ସେ ସଂପୂର୍ଣ୍ଣ ରୂପେ ନିଜ ମନକୁ ଆୟତ୍ତରେ ରଖିପାରିବେ । ତାଙ୍କ ମନକୁ ଯେପରି କୌଣସି ନକରାତ୍ମକ ଚିନ୍ତାଧାରା ଆସିବ ନାହିଁ ।

ସେ ବ୍ୟକ୍ତି ଜଣଙ୍କ ଏହି ଶକ୍ତି ପ୍ରାପ୍ତ କରିବା ପାଇଁ ଏକ ବିଦ୍ୟାନୀ ବାବାଙ୍କ ନିକଟକୁ ଗଲେ । ତାଙ୍କୁ ତାଙ୍କ ସମସ୍ଯାର ବାକ୍ଷା କରିଲେ । ଆପଣ ବାବା ମୋତେ କେବଳ କୁହନ୍ତୁ । କେଉଁ ପ୍ରକାର କାର୍ଯ୍ୟ କରିବା ଦ୍ଵାରା ମନୁଷ୍ୟ ସବୁଦିନ ପାଇଁ ଚିନ୍ତାମୁକ୍ତ ହୋଇପାରିବ । ଏହା ସହିତ ସଂପୂର୍ଣ୍ଣ ଭାବରେ ନିଜ ମନ ମସ୍ତିସ୍କ ଉପରେ ନିଜର ହୁକୁମ ଚଳାଇପାରିବ । ଏହାର ଶିକ୍ଷା ଦେବା ପାଇଁ ଯାଇ ବାବା ଜଣଙ୍କ ତାଙ୍କୁ କିଛି ଏପରି କହିଲେ ।

 

ବାବା ବ୍ୟକ୍ତି ଜଣଙ୍କୁ କହିଲେ । ତମେ କାଲି ଭୋର ସକାଳୁ ଆସି ମୋତେ ଦେଖା କର । ସେହି ବ୍ୟକ୍ତି ଜଣଙ୍କ ଭୋର ସମୟରୁ ଯାଇ ବାବଙ୍କ ନିକଟରେ ହାଜିର ହୋଇଗଲେ । ବାବା ସେହି ବ୍ୟକ୍ତି ଜଣଙ୍କୁ କହିଲେ । ଏହି ପାଖ ପୋଖରୀରେ ଯାଇ ୩ ଥର ବୁଡ ମାରିବ । ସେହି ପୋଖରୀର ପାଣି ବହୁତ ଥଣ୍ଡା । ଯେତେବେଳେ ସେହି ପୋଖରୀରେ ୩ ଥର ବୁଡା ମାରୁଥିବ ।

ସେହି ସମୟରେ ତମେ ଯାହା ପାଇବା ପାଇଁ ଚାହୁଁଥିବ ତାହା ମନରେ ଧ୍ୟାନ କରୁଥିବ । ଏହା ସହିତ ବୁଡ ମାରିବା ସମରେ କେବେ ମଧ୍ୟ ମାଙ୍କଡ କଥା ମନ ପକାଇବ ନାହିଁ । ବ୍ୟକ୍ତି ଜଣଙ୍କ ବାବାଙ୍କ କଥାରେ ରାଜି ହୋଇ ପୋଖରୀରେ ବୁଡ ମାରିବା ପାଇଁ ଗଲେ । ସେଠାକୁ ଯାଇ ପୋଖରୀରେ ୩ ଥର ବୁଡା ମାରିବା ସମୟରେ ତାଙ୍କୁ ବାବାଙ୍କ କଥା ମନେପଡିଗଲା । ବୁଡା ମାରିବା ସମୟରେ ମାଙ୍କଡ କଥା ମନେ ପକାଇବେ ନାହିଁ । ବ୍ୟକ୍ତି ଜଣଙ୍କ ଯେତେ ଥର ବୁଡ ମାରୁଥାନ୍ତି ।

 

ତାଙ୍କ ମନକୁ କେବଳ ଗୋଟେ କଥା ଆସୁଥାଏ । ମାଙ୍କଡ କଥା ମନେ ପକାଇବି ନାହିଁ । ବ୍ୟକ୍ତି ଜଣଙ୍କ ପୋଖରୀରେ ବୁଡ ମାରି ବାବାଙ୍କୁ ସାକ୍ଷାତ କଲେ । ବ୍ୟକ୍ତି ବାବାଙ୍କୁ କହିଲେ ମୁଁ ୩ ଥର ପୋଖରୀରେ ବୁଡ ମାରିଲି । ଏବେ ମୋ ମନସ୍କାମନା ପୂରଣ ହୋଇବ । ବାବା କହିଲେ ତମେ ମାଙ୍କଡ କଥା ମନେପକାଇ ନଥିଲ । ବ୍ୟକ୍ତିର ମନେ ପଡି ଗଲା ସେ ବାବାଙ୍କୁ କହିଲେ ବାବା ମୁଁ ବୁଡ ମାରିବା ସମୟରେ ମାଙ୍କଡ କଥା ମନେ ପକାଇବି ନାହିଁ ଭାବିବାରୁ ମୋର ମନରେ କେବଳ ସେହି ୩ ଥର ବୁଡା ମାରିବା ସମୟରେ ମାଙ୍କଡ କଥା ହିଁ ମନେପଡୁଥିଲା ।

 

ଏହି ଗପରୁ ଆମେ ଏହା ଜାଣିବାକୁ ପାଇଲୁ । ଆମେ ଯେଉଁ କଥାକୁ ଆମ ମନରୁ କାଢିବା ପାଇଁ ଚାହିଁଥାଉ । ଆମ ମାନଙ୍କୁ କେବଳ ସେହି କଥା ହିଁ ବାରମ୍ବାର ଆସିଥାଏ । ସେଥିପାଇଁ ସବୁବେଳେ ଯାହା ଆମର ଲକ୍ଷ ଆମେ ସେହି କଥା ଫୋକୋସ୍ କରିବା ହିଁ ଦରକାର । ତେବେ ଆମେ ସଫଳ ହୋଇବୁ । ଅନ୍ୟ ତଥ୍ୟ ଉପରେ ବୃଥାରେ ଭାବି ମସ୍ତିସ୍କକୁ ଭାରଯୁକ୍ତ କରିବା ଆଦ୍ୱା ଉଚିତ ହୋଇନଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button