ଦେଶ- ବିଦେଶ

ବିଜେପିରେ ଯୋଗଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସାଧାରଣ ସଚିବ ବିନୋଦ ତାୱଦେ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆରକେଏସ୍ ଭଦୌରିଆ ୨୦୨୧ ସେପ୍ଟେମ୍ବରରେ ଅବସର ନେଇଥିଲେ। ତାଙ୍କ ପରେ ବିବେକ ରାମ ଚୌଧରୀ ବାୟୁଆସେନା ମୁଖ୍ୟ ହୋଇଛନ୍ତି। ଭଦୌରିଆ ୧୯୮୦ରେ ବାୟୁସେନାର ଲଢ଼େଇ ଶାଖାରେ ଯୋଗ ଦେଇଥିୁଲେ। ତାଙ୍କ କ୍ୟାରିୟର ମଧ୍ୟରେ ଫ୍ରାନ୍ସ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ହୋଇଥିବା ଚୁକ୍ତି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା। ବାୟୁସେନାରେ ପାଖାପାଖି ୪୦ ବର୍ଷର କ୍ୟାରିୟରରେ ଭଦୌରିଆଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ପ୍ରତି ଅବଦାନ ରହିଛି। ବିନୋଦ ତାୱଦେ ବାୟୁସେନାରେ ଭଦୌରିଆଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ରାଜନୈତିକ କ୍ଷେତ୍ରରେ ସେ ସକ୍ରିୟ ଅବଦାନ ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି। ଆରକେଏସ୍ ଭଦୌରିଆ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର। ସେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ବିଜେପି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଅନେକ ଆସନରେ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଭଦୌରିଆ କେଉଁ ଆସନରେ ନିର୍ବାଚନ ଲଢ଼ିବେ ତାହା ଜଣାପଡ଼ିନି। ବିଜେପିରେ ଯୋଗ ଦେବାପରେ ଆରକେଏସ୍ ଭଦୌରିଆ ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button