ଦେଶ- ବିଦେଶ

ଏମିତି କରୁଥିଲେ ଯମରାଜା ବି ଆପଣଙ୍କୁ ଡରିବେ

ସଂସାର ରେ ସବୁ ପ୍ରାଣୀ ମାନକ ମଧ୍ୟରୁ ମଣିଷ କୁ ହିଁ ଅତ୍ୟନ୍ତ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଥାଏ । ଏପରିକି ଦୀର୍ଘ ଦିନ ଧରି ସ୍ଵର୍ଗ ର ସୁଖ କରୁଥିବା ଦେବତା ମାନେ ମଧ୍ୟ ପୃଥିବୀ ଲୋକ ରେ ମଣିଷ ଜନ୍ମ ନେବା ପାଇଁ ଇଛା କରିଥାନ୍ତି । ଆସନ୍ତୁ ଜାଣିବା ଏକ ସୁନ୍ଦର ଗଳ୍ପ ଟିର ମାଧ୍ୟମ ରେ କି କିପାରିଉ ଏକ ମଣିଷ ଯମ ଲୋକ ରେ ଯାଇ ତାର ଚତୁରତା ର ପ୍ରମାଣ ଦେଇ ଦେଇଥିଲା ।

 

ଦିନେ ପୃଥିବୀ ରେ ଏକ ହାତୀ ଟିର ମୃତ୍ୟୁ ହୋଇଗଲା । ଏହା ପରେ ସେ ଯମ ଲୋକ କୁ ଗଲା । ସେଠାରେ ଯମ ରାଜା ସେହି ହାତୀ ଟିର ଆତ୍ମା ଆକୁ ପଚାରିଇଲେ କି ରେ ହାତୀ ତୁ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ମଣିଷ ମାନଙ୍କ ଅନୁସାରେ ତୋର ଜୀବନ ବିତାଇ ଦେଲୁ ।

ଯେତେବେଳେ ମଣିଷ ତୋତେ ଏପରି ବହବରେ ବାନ୍ଧି କାମ କରାଉଥିଲା ତୁ କିଛି କରି ପାରିଲୁ ନାହିଁ । ଏହା ଶୁଣି ହାତୀ ଟି କହିଲା ପ୍ରଭୁ ଆପଣ ମଣିଷ ଙ୍କର ବୁଦ୍ଧି ବିଷୟ ରେ ଜାଣି ନାହାନ୍ତି । ଯମ ରାଜା କହିଲେ କି ମୁଁ ତ ପ୍ରତିଦିନ କେତେ କେତେ ମଣିଷ ଙ୍କୁ ଦେଖୁଛି, ଏତିକି ସୂନୁ ସୂନୁ ହାତୀ ଟି କହିଲା ପ୍ରଭୁ ଆପଣ ମଣିଷ ନୁହେଁ ଅପିତୁ ମଣିଷ ମାନଙ୍କର ଆତ୍ମା ମାନଙ୍କୁ ଦେଖୁଛନ୍ତି ।

 

ଯଦି ଆପଣ ବଞ୍ଚିଲା ମଣିଷ ଙ୍କୁ କେବେ ଦେଖନ୍ତି ତେବେ ଆପଣ ମଣିଷ ର ବୁଦ୍ଧି ବିଷୟ ରେ ଜାଣି ପାରିବେ । ଏହା ଶୁଣି ଯମ ରାଜା 4 ଟି ଯମ ଦୁତ କୁ କହିଲେ ପୃଥିବୀ କୁ ଯାଅ ଓ ସେଠାରେ ଯେଉଁ ବ୍ୟକ୍ତି ଶୋଇଇଥିବ ତାକୁ ତାର ଖଟ ସହ ଉଠାଇ ଆଣିବ । ଏହା ପରେ ଯମ ଦୁତ ମାନେ ଆଜ୍ଞା ପାଇ ସେମାନେ ପୃଥିବୀ କୁ ଯାଇ ଏକ ଶୋଇଥିବା କବି ଙ୍କୁ ତାଙ୍କ ଖଟ ସହ ଉଠାଇ ଆଣିଲେ ।

କବି ଜଣକ ଅଧ ରାସ୍ତା ରେ ନିଦ ରୁ ଉଠି ଯମ ଦୁତ ଙ୍କୁ ପଚାରିଲେ କି ତୁମେ ମାନେ ମୋତେ ଏପରି କେଉଠିକି ନେଇ ଯାଉଛ ? ଏହାଶୁଣି ଯମ ଦୁତ ମାନେ କହିଲେ ଆମ୍ଭେ ତୁମକୁ ଯମ ଲୋକ କୁ ନେଇ ଯାଉଛୁ । ଏହା ଶୁଣି କବି ଜଣକ ତାଙ୍କ ମୁଣ୍ଡ ତଳେ ଥିବା ଏକ କାଗଜ ରେ କିଛି ଲେଖି ଦେଇ ପୁଣି ଶୋଇ ପଡିଲେ ।

 

ଯମ ଲୋକ ରେ ପହଞ୍ଚିଲା ପରେ ଲୋକ ଜଣକ ଲେଖିଥିବା ସେହି ଚିଠି ଟିକୁ ଯମ ରାଜା ଙ୍କ ହାତ କୁ ଦେଇ ଦେଲା । ଯମରାଜା ଚିଠି ଟିକୁ ଖୋଲି ପଢିଲେ କି ଚିଠି ରେ ଲେଖା ହୋଇଥିଲା ଆଜି ଠାରୁ ମୁଁ ଏହି ବ୍ୟକ୍ତି ଜଣକ ଙ୍କୁ ତୁମ ସିଂହାସନ ର ସମସ୍ତ ଦାୟିତ୍ଵ ଦେଲି । ଇତି ନାରାୟଣ । ଏହ ଅପଢି ଯମ ରାଜା ସଙ୍ଗେ ସଙ୍ଗେ ନିଜ ସିଂହାସନ ରୁ ଉଠି ପଡି ସେହି ପୃଥିବୀ ବାସୀ ଜଣକ ଙ୍କୁ ଦେଇ ଦେଲେ ।

ସେହି ବ୍ୟକ୍ତି ଜଣକ ଯମରାଜା ଙ୍କର ସିଂହାସନ ରେ ବସି ଯମ ଲୋକ ରେ ଥିବା ସମସ୍ତ ପାପୀ ଆତ୍ମା ମାନଙ୍କୁ ବୈକୁଣ୍ଠ କୁ ପଠାଇ ଦେଲେ । ଏହା ଦେଖି ବୈକୁଣ୍ଠ ରେ ନାରାୟଣ ଯମ ଲୋକ ରେ ଯାଇ ଯମ ରାଜା ଙ୍କୁ ଏପରି ସବୁ କରିବାର ପଚାରିଲେ । ଯମ ରାଜା ସେଠାରେ ଯମରାଜା ସମସ୍ତ ବୃତାନ୍ତ ଭଗବାନ ଙ୍କୁ ବିସ୍ତାର ରେ କହିଲେ ।

ଭଗବାନ ଏହି ସବୁ କରିବାର କାରଣ ସେହି ମଣିଷ କୁ ପଚାରିବାରୁ ସେହି ମଣିଷ ଭଗବାନ ଙ୍କର ପାଦ ତଳେ ପଡି କହିଲା ମୁଁ ଯାହା କରିଛି ପ୍ରଭୁ ଆପଣ ଙ୍କ ଇଛା ନୁସାରେ ହିଁ କରିଛି । କାରଣ ଆପଣ ହିଁ ତ ସ୍ଵୟଂ ଗୀତା ରେ କହିଛନ୍ତି କି ମଣିଷ ଯାହା କରେ,

 

ଯାହା କରୁଛି ସେ ସବୁ ମୁଁ ଇଛାନୁସାରେ ହିଁ କରିଥାଏ । ମୁଁ ହିଁ ସେ ସବୁ କରାଇଥାଏ । ଏହା ପରେ ଭଗବାନ ଓ ଯମ ରାଜା ମଣିଷ ଟି କୁ କହିଲେ ହଉ ଯାହା ହେଲା ହେଲା ଏବେ ତୁମେ ଯାଅ । ଏହା ଶୁଣି ବ୍ୟକ୍ତି ଜଣକ କହିଲା ଭଗବାନ ମୁଁ ଏବେ ଆପଣଙ୍କ ଦର୍ଶନ କରି ସାରିଲିଣି । ହେ ଭଗବନ ଆପଣ ସ୍ଵୟଂ କହିଛନ୍ତି କି ଯେ କେହି ତାର ସବୁକିଛି କୁ ତ୍ୟାଗ କରି ମୋର ଶରଣାଗତ ହୋଇଥାଏ, ତାର ଉଦ୍ଧାର ମୁଁ ନିଜେ କରିଦିଏ ।

Related Articles

Leave a Reply

Your email address will not be published. Required fields are marked *

Back to top button