ଦେଶ- ବିଦେଶ

୫ ରାଜ୍ୟରେ ଆପ୍‌-କଂଗ୍ରେସ ଆସନ ବୁଝାମଣା ଚୂଡ଼ାନ୍ତ – Kalinga News

[ad_1]

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଜି ବଡ଼ ଶକ୍ତି ମିଳିଛି। ଆପ୍ ଏବଂ କଂଗ୍ରେସ ଶନିବାର ଦିନ ୫ ରାଜ୍ୟ ଦିଲ୍ଲୀ, ହରିୟାଣା, ଗୁଜରାଟ, ଚଣ୍ଡିଗଡ଼ ଏବଂ ଗୋଆରେ ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋ ଧନ ଦେଇ କଂଗ୍ରେସ ସାଧାରଣ ସମ୍ପାଦକ ମୁକୁଲ ୱାସନିକ କହିଛନ୍ତି, ଦିଲ୍ଲୀରେ ଆପ ଏବଂ କଂଗ୍ରେସ ଦଳ ୪:୩ ବୁଝାମଣାରେ ପହଞ୍ଚିଛନ୍ତି । ଆପ୍ ଦିଲ୍ଲୀରେ ୪ ଆସନ ତଥା ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରେ ନିର୍ବାଚନ ଲଢ଼ିବ ଏବଂ କଂଗ୍ରେସ ବାକି ୩ଟି ଆସନ ତଥା ଚାନ୍ଦନି ଚୌକ, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରେ ନିର୍ବାଚନ ଲଢ଼ିବ। ହରିୟାଣାରେ କଂଗ୍ରେସ ୯ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ଏବଂ ଆପ୍ କୁରୁକ୍ଷେତ୍ର ଆସନରେ ନିର୍ବାଚନ ଲଢ଼ିବ। ଗୁଜରାଟରେ କଂଗ୍ରେସ ୨୪ ଆସନରେ ଲଢ଼ିବ ଏବଂ ଆପ୍ ଗୁଜରାଟର ଭାବନଗର ଏବଂ ଭାରୁଚ ନିର୍ବାଚନମଣ୍ଡଳୀରେ ଏହାର ଭାଗ୍ୟ ପରୀକ୍ଷା କରିବ। ତେବେ ଚଣ୍ଡିଗଡ଼ରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ ଏବଂ ଗୋଆରେ କଂଗ୍ରେସ ୨ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ। ପଂଜାବ ପାଇଁ କୌଣସି ଆସନ ବୁଝାମଣା ଘୋଷଣା ହୋଇନାହିଁ। ତେବେ ଆପ ପଂଜାବରେ ସମସ୍ତ ୧୩ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ପୂର୍ବରୁ ଘୋଷଣା କରିଥିଲା। ୱାସନିକ କହିଛନ୍ତି, ଆପ୍ ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବେ। ତେବେ ସେମାନେ ମିଳିତ ଭାଚବେ ଲୋକସଭା ନିର୍ବାଚନ ଲଢ଼ିବେ। ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳରୁ ୱାସନିକ, ଅରବିନ୍ଦର ସିଂହ ଲଭଲି ଏବଂ ବୀପକ ବାବାରିଆ ଯୋଗ ଦେଇଥିବାବେଳେ ଆପ୍ ଦଳର ଅତିଶୀ, ସୌରଭ ଭରଦ୍ବାଜ ଏବଂ ସନ୍ଦୀପ ପାଠକ ଏଥିରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ହେବାପରେ ଆପ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button