ରାଜ୍ୟ

ରାଜଧାନୀରେ ବ୍ୟାପୁଛି ବ୍ରାଉନ ସୁଗର ରାକେଟ, ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ୟସ ଜୀବନ ବିତାଇବା ପାଇଁ କରୁଛନ୍ତି ନିଶା କାରବାର । ଅଧିକ ଟଙ୍କା ପାଇଁ ଅପରାଧ କରିବାକୁ ପଛାଉ ନାହାନ୍ତି । ନିଜ ଜୀବନ ସହ ଖେଳି ଇଞ୍ଜିନୟର ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ଏତେ ପାଠ ପଢ଼ି ଶେଷକୁ ବନି ଯାଉଛନ୍ତି ଅପରାଧୀ । କେବଳ ଅଧିକ ଟଙ୍କା ରୋଜଗାରର ଲୋଭରେ କରୁଛନ୍ତି ଏମିତି କାମ । ରାଜଧାନୀରେ ବ୍ୟାପି ଚାଲିଛି ବ୍ରାଉନ ସୁଗର ରାକଟେ ।

ବେଶ୍‌ କିଛି ଲୋକ ସଂପୃକ୍ତ ଅଛନ୍ତି ଏଥିରେ । ଆଉ ଦୁଇ ଜଣ ଯୁବକ କାରରେ କରୁଥିଲେ ବ୍ରାଉନ ସୁଗର ଚାଲାଣ । ପୁଡ଼ିଆ ପୁଡ଼ିଆ ଧଳା ଜହରକୁ କରୁଥିଲେ ବିକ୍ରି । ହଜାରେ କି ୨ ହଜାର ନୁହଁ ଲକ୍ଷ ଲକ୍ଷ ଟଙ୍କାରେ ଚାଲିଥିଲା ଧଳା ଜହର ବପୋର । ପୋଲିସ ଆଖିରେ ଧୂଳି ଦେଇ କରୁଥିଲେ ଏମିତି କାଣ୍ଡ । କିନ୍ତୁ ଏମାନଙ୍କ ସବୁ ଚାଲାକିର ପର୍ଦାଫାଶ କରିଛି ଅବକାରୀ ବିଭାଗ ।

କଲେଜ ଛାତ୍ରଛାତ୍ରୀଙ୍କ ନିକଟରେ ବ୍ରାଉନ ସୁଗାର ପହଞ୍ଚାଉଥିଲେ । ନିଶାରେ ଆସକ୍ତ ହେବା ପରେ ହଜାର ହଜାର ଟଙ୍କା ଦେଇ ଛାତ୍ରଛାତ୍ରୀ କିଣୁଛନ୍ତି ଧଳା ଜହର । କିନ୍ତୁ ଅବକାରୀ ବିଭାଗ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ୨୭୫ ଗ୍ରାମ ବ୍ରାଉନ ସୁଗର ଜବତ କରି ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତିନି ଗିରଫ ଅଭିଯୁକ୍ତ ହେଉଛନ୍ତି ରାହୁଲ, ଶୁଭ୍ରଜ୍ୟୋତି ଓ ରଶ୍ମିତା। ରାହୁଲ ରାଜଧାନୀର ବିଟେକ ଛାତ୍ର ହୋଇଥିବା ବେଳେ ରଶ୍ମିତା ପବ୍ କୁ ଯାଆନ୍ତି ଓ ସଠୋରେ ଡ୍ୟାନ୍ସ କରନ୍ତି । ତେବେ ଏମାନଙ୍କ ଲିଡର ହେଲା ପଞ୍ଚମ ପାସ ଶୁଭ୍ରଜ୍ୟୋତି । ଯାହାର ଇସାରାରେ ସବୁ କାମ ହେଉଥିଲା । କାରରେ ବୁଲି ବୁଲି ସମୋନେ ବ୍ରାଉନ ସୁଗର ଚାଲାଣ କରୁଥିଲେ । ଇଞ୍ଜିନିୟରିଂ ଯୁବକ ଯୁବତୀଙ୍କୁ ଟାର୍ଗେଟରେ ରଖି ଧଳା ଜହର ବିକ୍ରି କରୁଥିଲେ ।

ଭୁବନେଶ୍ୱରର ଗଳି କନ୍ଦିରେ ଧଳା ଜହର ଚାଲାଣ କରୁଥିଲେ । ବସ୍ତିରେ ରହୁଥିବା ଯୁବପିଢ଼ିଙ୍କୁ ବିକ୍ରି କରୁଥିଲେ ହଜାର ହଜାର ଟଙ୍କାରେ । ତେବେ ଅବକାରୀ ଅଧିକାରୀ ଏମାନଙ୍କୁ କାବୁ କରିଛନ୍ତି। ଆଜିର ଯୁବପିଢ଼ି ଦେଶର ଭବିଷ୍ୟତ କିନ୍ତୁ ଏଭଳି ସଇତାନମାନେ ସେମାନଙ୍କୁ ନିଶାର ଜାଲରେ ଛନ୍ଦି ସେମାନଙ୍କର ଓ ଦେଶର ଭବିଷ୍ୟତକୁ ନଷ୍ଟ କରି ଦେଉଛନ୍ତି । ଏଭଳି ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ଅନ୍ୟମାନେ ଏଭଳି ଅପରାଧରୁ ହୁଏତ ଦୂରେଇ ରହିବେ । କାରଣ ଉଭୟ ବିପୁଳ ଟଙ୍କା ଓ ନିଶାର ଜାଲରେ ଫସି ଦେଶର ଭବିଷ୍ୟତ ନଷ୍ଟ ହେଉଛି । ଯାହା କୌଣସି ହତ୍ୟା ଅପରାଧ ଠାରୁ ଆହୁରି ବଡ଼ ଅପରାଧ । ଆଶ୍ଚର୍ଯ୍ୟ ଲାଗୁଛି ଯେ ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ଇଂଜିନିୟରିଂ ଛାତ୍ରଛାତ୍ରୀ ଏଭଳି ଅପରାଧରେ ଜଡ଼ିତ ହୋଇ ଯାଉଛନ୍ତି ଆଉ ନିଶା କବଳରେ ପଡ଼ି ନିଜକୁ ନଷ୍ଟ କରୁଛନ୍ତି । ତେଣୁ ଉଭୟ ପିଲାମାନେ ଏବଂ ସେମାନଙ୍କ ଅଭିଭାବକମାନେ ସଚେତନ ହେବା ଜରୁରୀ । ତା ସହିତ ଆଇନର ରକ୍ଷକମାନେ ମଧ୍ୟ ଆଉ କଠୋର ପଦକ୍ଷେପ ନେବା ଆବଶ୍ୟକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button