ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ – Kalinga News

[ad_1]
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ପର୍ଯ୍ୟାୟ କ୍ରମେ ଅନ୍ୟ ଅଞ୍ଚଳରେ ସକ୍ରିୟ ହେବ ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଶୁକ୍ରବାର ରାତିରୁ ମାଲକନାଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଶନିବାର ମୌସୁମୀ ବାୟୁ ସକ୍ରିୟ ରହିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି।
ଗତ କିଛି ଦିନ ହେବ ରାଜ୍ୟରେ ଗରମ ଲାଗି ରହିଥିଲା। ଏଥିରୁ ମୁକ୍ତି ପାଇବାକୁ ସେମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ । ତେଣୁ ଏଥର ସମସ୍ତେ ଆନନ୍ଦର ସହ ରଜ ପର୍ବ ପାଳନ କରିବେ ବୋଲି ପୂର୍ବାନୁମାନ ହେଉଛି।
The post ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ appeared first on KNews Odisha.
[ad_2]