ରାଜ୍ୟ

କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶଓ୍ୱାନ ଗାଡିର କଟିଲା ଚାଲାଣ, କାର୍‌ ଓଭର ସ୍ପିଡ ଥିବାରୁ କଟିଲା ୨୦୦୦ ଚାଲାଣ

କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶଓ୍ୱାନଙ୍କ ହାଜିପୁରରୁ ଚମ୍ପାରନ ଯାଉଥିବା ବଳେେ ପରିବହନ ବିଭାଗ କ୍ୟାମେରାରେ ଧରାପଡ଼ିଛନ୍ତି । ତାଙ୍କ କାରର ଅଟୋମେଟିକ ଚାଲାଣ କଟିଛି । ଯାହାକୁ ନେଇ ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି । ଟୋଲ ପ୍ଲାଜା ସିସିଟିଭିରେ ଚିରାଗ ପାଶଓ୍ୱାନଙ୍କ କାଗଜପତ୍ର ଠିକ୍‌ ନଥିବାରୁ ଅଟୋମେଟିକ ଭାବେ ଚାଲାଣ କଟିଛି ।

ତେବେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ହାଜିପୁରରୁ ଚମ୍ପାରନ ଯାଉଥିବା ଗାଡ଼ି ଅଧିକ ସ୍ପିଡରେ ଥିବାରୁ ଆପେ ଆପେ ୨ ହଜାର ଟଙ୍କାର ଚାଲାଣ କଟିଛି । ତେବେ ଏନେଇ ଚିରାଗ କହିଛନ୍ତି, ଜରିମାନା ଦିଆଯିବ ।

ସୂଚନା ମୁତାବକ, ପ୍ରାୟ ୧୫ ଦିନ ପୂର୍ବେ ବିହାରରେ ଲାଗୁ ହୋଇଛି ନୂଆ ନିୟମ । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍ ନ ଥିଲେ ଅଟୋମେଟିକ ଭାବେ ଗାଡ଼ି ମାଲିକଙ୍କ ନାଁରେ କଟିବ ଚାଲାଣ । ଟୋଲ ଗେଟରେ ଯିବାଆସିବା କରୁଥିବା ସମସ୍ତ ଗାଡିର ଫଟୋ ସିସିଟିଭିରେ କଏଦ ହେବ ଏବଂ ମୁଖ୍ୟ ଅଫିସରେ ଏହାର ମନିଟରିଂ କରାଯାଉଛି । ଯଦି ଆପଣଙ୍କ ଗାଡି ନମ୍ବର ଅନୁସାରେ ଆପଣଙ୍କ ଗାଡିର କାଗଜପତ୍ର ଠିକ୍‌ ନାହିଁ ତେବେ ଅଟୋମେଟିକ ଚାଲାଣ କଟିବା ପରେ ଆପଣଙ୍କ ରେଜିଷ୍ଟ୍ରର ନମ୍ବରକୁ ଚାଲାଣ ପଠାଯିବ । ଏହି ନିୟମ ସମଗ୍ର ବିହାରରେ ଲାଗୁ ହୋଇଥିବା ବେଳେ ଆରମ୍ଭରୁ ଏଥିରେ ଫସିଛନ୍ତି କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ।

ଏହି ଯୋଜନାରେ ବିହାରର ଜାତୀୟ ରାଜପଥ ପାର୍ଶ୍ୱରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଏହା ବାଟ ଦେଇ ଯାଉଥିବା ଗାଡ଼ିର ନମ୍ବର ପ୍ଲେଟର ଫଟୋ ଉଠାଇ ତାହାର କାଗଜପତ୍ର ଠିକ୍ ଅଛି କି ନାହିଁ ଯାଞ୍ଚ କରିବ । ଗତ ୧୮ ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ଗାଡ଼ିର କାଗଜପତ୍ର ଯେପରି ଇନସ୍ୟୁରାନ୍ସ, ପଲିସି, ଫିଟନେସ ଠିକ୍ ନ ଥିଲେ ତଥା ଗାଡ଼ି ଓଭର ସ୍ପିଡ ଥିଲେ କିମ୍ବା ଚାଳକ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ ଆପେଆପେ ଚାଲାଣ କଟିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button