ରାଜ୍ୟ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ, ପୋଲିସର ପଚରାଉଚରା

ନନ୍ଦପୁର: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା! ଅଭିଯୋଗ । ଘରୁ ଘୋଷାଡି ନେଇ ବୀଭତ୍ସ ହତ୍ୟା । ଆନନ୍ଦପୁର ଘଷିପୁରା ଥାନା ନିଆଳିଝରଣ ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ମୃତ ମହିଳା ମୋହନ ହେମ୍ବ୍ରମଙ୍କ ପତ୍ନୀ ସାଲକେ ହେମ୍ବ୍ରମ ।

ଗତକାଲି ରାତିରେ ମୋହନଙ୍କ ପରିବାରଲୋକ ଭୋଜି ଖାଇବାକୁ ଯାଇଥିବାବେଳେ ଘରେ ସାଲକେ ହେମ୍ରମ ଓ ତାଙ୍କ ଶାଶୁ ସୁମି ଘରେ ଏକା ରହିଥିଲେ ।

ଏହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଘରକୁ ଆସି ସାଲକେଙ୍କୁ ବାହାରକୁ ଘୋଷାଡି ଆଣି ହତ୍ୟା କରିଥିଲେ । ତେବେ ଏବାବଦରେ ପରିବାର କିମ୍ବା ମୃତକକ ସ୍ବାମୀଙ୍କ ତରଫରୁ ପୋଲିସ୍ କୁ କେହି ଜଣାଇନଥିଲେ । ମୃତକଙ୍କ ଭାଇ ଘନଶ୍ଯାମ ଖଦୁପଦା ଗାଁରୁ ଆସି ଘସିପୁରା ପୋଲିସ୍ କୁ ଖବର କରିଥିଲେ । ଯାହାକି ସନ୍ଦେହ ସୃଷ୍ଟି କରିଛି ।

ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଗାଁ ରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ୍ ର ମଧ୍ଯ ଘଟଣା ସ୍ଥଳରେ ହଁଞ୍ଚି ତଗନ୍ତ ଚଳାଇଛି । ତେବେ ଗାଁରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହ ହତ୍ଯାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button