ରାଜ୍ୟ

ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଚେଙ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଅଭିଯୋଗ ହୋଇଛି, ବାପା ଅନୁପସ୍ଥିତିରେ ମା’ ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯାହାକୁ ପିଲାମାନେ ବିରୋଧ କରୁଥିଲେ । ଫଳରେ ନିଜ ପିଲାଙ୍କୁ ହିଁ ନିଜ ରାସ୍ତାର କଣ୍ଟା ଭାବିଥିଲେ ମହିଳାଜଣକ ।

ଏହାପରେ ସୁଚିନ୍ତିତ ଷଡଯନ୍ତ୍ର କରି ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ନିଜ ଦୁଇ ପିଲାଙ୍କୁ ଚେଙ୍କ ଦେବାକୁ ପଛାଇଲେ ନାହିଁ। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।ଏପରିକି ସେମାନଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ୩ ଦିନ ହେଲାଣି ଗରମ ଷଣ୍ଡୁଆସିରେ ଚେଙ୍କ ଦେଉଥିଲେ। ଫଳରେ ପିଲା ଦୁଇ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ଏନେଇ ସେମାନେ ପାଟି ଫିଟାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟ ପିଲାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ମହିଳା ତଥା ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button