ରାଜ୍ୟ

ନିଜ ଭିଟାମାଟିକୁ ଫେରିଲେ ମଙ୍ଗଳା ମୁଦୁଲି, ଡାକ୍ତର ପୁଅକୁ ସ୍ୱାଗତ କଲେ ଗାଁ ଲୋକେ

ନିଜ ଭିଟାମାଟିକୁ ଫେରିଛି ସୁନା ପୁଅ ମଙ୍ଗଳା ମୁଦୁଲି । ପାରମ୍ପରିକ ନାଚଗୀତରେ ଦୁଲୁକିଳା ଗାଁ ଦାଣ୍ଡ । ସମସ୍ତେ ଡାକ୍ତର ପୁଅକୁ ସ୍ୱାଗତ କରିଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ବଣ୍ଡା ଜନଜାତିରେ ପ୍ରଥମ ଥର ପାଇଁ ଜଣେ କିଏ ଡାକ୍ତର ହେବ ଆଉ ନିଜ ଅଞ୍ଚଳର ଦୁଃଖ ଦୂର କରିବ । ଏମିତି କହି ସମସ୍ତେ ଭାରି ଖୁସି ।

ବଣ୍ଡା ଘାଟିରେ ଖେଳିଯାଇଛି ଖୁସିର ଲହରୀ ।

ପିଲା ଠାରୁ ବୁଢା ସବୁ ବେଶ ଖୁସି । ପାରମ୍ପରିକ ବଶେଭୁଷା, ବାଜା ବାଜଣା ସାଙ୍ଗକୁ ବଣ୍ଡାଙ୍କ ପାରମ୍ପରିକ ନାଚରେ ସମସ୍ତେ ମସଗୁଲ । ବାପା ମାଆ ପୁଅକୁ ଦଖେି କୁଣ୍ଢେ ମୋଟ । ଗାଁରେ ଥିବା କାଳିଆ ଠାକୁରଙ୍କୁ ମୁଣ୍ଡିଆ ମାରି ଆଶ୍ରୀବାଦ ନେବା ପରେ ନିଜ ଇଷ୍ଟ ଦେବୀ ଦେବତାଙ୍କର ଆଶ୍ରୀବାଦ ନେଇଥିଲେ ମଙ୍ଗଳା । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ସମୁଦ୍ର ପତନ ଠାରୁ ପାଞ୍ଚ ହଜାର ଫୁଟ ଉଚ୍ଚତାରେ ରହିଛି । ବଣ୍ଡା ଜନଜାତିର ଇତିହାସରେ ପ୍ରଥମ କରି ମଙ୍ଗଳା ମୁଦୁଲି ନିଜ ଅଞ୍ଚଳ ମୁଦୁଲିପୋଡା ସରକାରୀ ଏସଏସଡି ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ବଳଦିଆଗୁଡା କଲେଜରେ ଯୁକ୍ତ ଦୁଇ ପାଠ ସାରିଥିଲେ । ପରେ ପଛକୁ ଫେରି ଚାହିଁ ନଥିଲେ ମଙ୍ଗଲା ଆଉ ତାଙ୍କୁ ବାଟ ଦେଖାଇଥିଲେ ବିଜ୍ଞାନ ସାର ଉତ୍କଳ କଶେରୀ ଦାସ। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପାଠ ପଢିବେ ।

ପଙ୍କରୁ ପଦ୍ମ ଫୁଟିଲା ଭଳି ମଙ୍ଗଳା ମୁଦୁଲି ବଣ୍ଡା ଘାଟିର ନାଁ ରଖିଛନ୍ତି । ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜିରେ ନାମ ଲେଖାଇବେ । ଗରିବ ବଣ୍ଡା ଘାଟିର ଏକ କୁଡ଼ିଆ ଘରେ ଜନ୍ମ ବଣ୍ଡା ପୁଅ ମଙ୍ଗଳା । ପରିବାର କହିଲେ ବାପା ହାଡ଼ି ମୁଦୁଲି ଆଉ ମା’ ମଙ୍ଗୁଳି ମୁଦୁଲି । ଏମାନଙ୍କ ଚାରି ସନ୍ତାନ । ଦୁଇ ପୁଅ ଆଉ ଦୁଇ ଝିଅ । ବଡ଼ କଷ୍ଟରେ ପିଲାଙ୍କ ମୁହଁରେ ଦାନା ଦିଅନ୍ତି । ତେବେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ଏମାନଙ୍କ ପାଇଁ ସାତ ସପନ ଥିଲା । ଡଙ୍ଗର ଚାଷ କରି ଯାହା ଆଦାୟ ହେଉଥିଲା ଛ ପ୍ରାଣୀଙ୍କ ପେଟକୁ ଦାନା ଦେବା ବଡ଼ କଷ୍ଟ ଥିଲା । ବଣ୍ଡାଘାଟିର ମଦୁଲିପଡା ପଞ୍ଚାୟତର ବଡ଼ବେଲ ଗାଁର ହାଡି ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦୁଲି । ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ଭଲ ପାଆନ୍ତି । ତାଙ୍କୁ ଶିକ୍ଷାଦାନ କରୁଥିବା ବଣ୍ଡାଘାଟିର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ ପ୍ରଥମେ ମଙ୍ଗଳାଙ୍କୁ ଠାବ କରିଥିଲେ । ମଙ୍ଗଳା ବିଦ୍ୟାଳୟରେ ପ୍ରଥମ ହେବା ସହ ସମସ୍ତ ବିଷୟରେ ପାରଙ୍ଗମ ଥିଲେ । ଶିକ୍ଷକ ଶ୍ରୀ ଦାସ ତାକୁ ନିଜ ଉଦ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଲେ । ଯୁକ୍ତ ଦୁଇ ସରିବା ପରେ ତାକୁ ବାଲେଶ୍ୱର ନେଇ ଇରୋଡାଭ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କରିଥିଲେ ଶିକ୍ଷକ ଶ୍ରୀ ଦାସ । ତାଙ୍କ ଉଦ୍ୟମରେ ଏବଂ ସହଯୋଗରେ ଆଜି ମଙ୍ଗଳା ଡାକ୍ତର ହେବେ । ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାରେ ମଧ୍ୟ ଖୁସିର ଲହରି ଖେଳିଯାଇଛି ।

ଦିନ ଆସିବ ଯତେବେଳେ ବଡବେଲ ଗାଁର କଥା ଉଠିଲେ ଲୋକମାନେ କହିବେ, ସେଇଟା ହେଉଛି ଡାକ୍ତର ମଙ୍ଗଳା ମୁଦୁଲିର ଗାଁ । ସେଥିପାଇଁ ତ ଆଜି ମାଲକାନଗିରି ଖୁସି, ବଡ଼ବେଲ ଖୁସି, ଆଉ ମୁଦୁଲିପଡ଼ାର ଲୋକମାନେ ବି ଖୁସି । ସୁନା ପୁଅ ଡାକ୍ତର ହେବ ଅଞ୍ଚଳର ସେବା କରିବ । ଆଉ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିବ ।

Related Articles

Leave a Reply

Your email address will not be published. Required fields are marked *

Back to top button