ଦେଶ- ବିଦେଶ

ପଦ ଛାଡିଲେ ଜେଡିୟୁ ନେତା କେ.ସି ତ୍ୟାଗି

ନୂଆଦିଲ୍ଲୀ: ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗି । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରୀୟ ମୁଖପାତ୍ର ପଦ ଛାଡିଲେ ତ୍ୟାଗି । ତ୍ୟାଗିଙ୍କ ଇସ୍ତଫା ପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଦଳର ମହାସଚିବ ଆଫାକ ଅହମଦ ଖାନ ଏନେଇ ନୋଟିସ୍ ଜାରି କରି ସୂଚନା ଦେଇଛନ୍ତି ।

ସେପଟେ କେ.ସି ତ୍ୟାଗି ଇସ୍ତଫା ପଛରେ ଅନ୍ୟ କାରଣ ଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ତାଙ୍କର ବିବାଦୀୟ ବୟାନ ପାଇଁ ଦଳ ଭିତରେ ମତଭେଦ ସୃଷ୍ଟି ହୋଇଥିବାରୁ ସେ ଏପରି କରିଛନ୍ତି ବୋଲି ଚର୍ଚ୍ଚା ।

Related Articles

Leave a Reply

Your email address will not be published. Required fields are marked *

Back to top button