ଭିଜିଲାନ୍ସ ରେଡ୍ ବେଳେ କାଶୀପୁର ଜେଇଙ୍କ ଘରୁ ମିଳିଲା ୩୦ ଭରି ସୁନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଜେଇଙ୍କୁ ଭିଜିଲାନ୍ସ ଧରିବା ବେଳେ ଛାନିଆ ହୋଇ ବାବୁ ମୂର୍ଚ୍ଛା ହୋଇଯାଇଥିବା ଜଣାପଡିଛି।
ଏହି ରେଡରେ କାଶୀପୁର ଜେଇଙ୍କ ବିପୁଳ ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ରେଡ୍ ବେଳେ ଜେଇ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଛି। ଜେଇଙ୍କ ଘରୁ ୩୦ ଭରି ସୁନା ଜବତ ହୋଇଥିବା ବେଳେ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ରାୟଗଡ଼ାରେ ୪ ଓ ଟିକିରିରେ ଗୋଟିଏ ପ୍ଲଟ ଠାବ ହୋଇଛି। ଭୁବନେଶ୍ବର ଓ କଟକରେ ମଧ୍ୟ ପ୍ଲଟ ଠାବ ହୋଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, କାଶୀପୁରରେ କନିଷ୍ଠ ଯନ୍ତ୍ରୀ ଭାବେ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ କାର୍ଯ୍ୟରତ ଅଛନ୍ତି। କାଶୀପୁର ବ୍ଲକ୍ ମାଣ୍ଡିବିଶି ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ୭ ଲକ୍ଷ ଟଙ୍କାର ରାସ୍ତା କାମକୁ ବିଲ କରିବା ନିମନ୍ତେ ଗାଁ ସାଥୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ୩୦ ତାରିଖରେ ଏନେଇ ଗାଁ ସାଥୀ ଜୟପୁର ସ୍ଥିତ ଭିଜିଲାନ୍ସ ନିକଟରେ ଏତଲା ଦେଇଥିଲେ। ଏହାଙ୍କୁ ଭିତ୍ତି କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୧୫ ଜଣିଆ ଟିମ୍ ନେଇ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ରେଡ୍ କରିଥିଲେ।