ଦେଶ- ବିଦେଶ

ଛୋଟ ବେଳେ ଖବର କାଗଜ ବାଣ୍ଟୁଥିବା ପିଲା କେମିତି ହେଇଗଲା ଏତେ କମ ବୟସରେ କୋଟିପତି

କିଛି ସାଙ୍ଗ ମାନେ ଗୋଟିଏ ଜାଗାରେ ବସି କଥା ହେଉଥିଲେ ତାଙ୍କ ମଧ୍ୟରୁ ଗୋଟିଏ ପିଲା ଘର ଅବସ୍ଥା ଦେଖି ନିଜ ଭିତରେ ଏତେ ରାଗ ଆସିଯାଇଥିଲା ଯେ ତାଙ୍କ ସାଙ୍ଗ ମାନଙ୍କ ସହ କୋମିଟମେଂଣ୍ଟ କଲେ ୩୫ ବର୍ଷ ହେବା ପୂର୍ବରୁ ସେ ଗୋଟିଏ ମିଲେନିୟର ହେବେ ନଚେତ ନିଜର ପ୍ରାଣ ତ୍ୟାଗ କରିବି । ଏକଥା ଶୁଣି ସମସ୍ଥେ ଆଚମ୍ବିନ୍ତ ହୋଇଥିଲେ । ଏହାପରେ ସେ ପେପର ବିକିବା ଆରମ୍ଭ କରିଥିଲା କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ନଥିଲା । ଏହାପରେ ସେ କଣ କଲା ଯେ ସେ ଏତେ ବଡ ଧନୀ ଲୋକ ହେବାରେ ସଫଳ ହେଲା ସେ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ।

ଏହା ଛଡା ଆମେ ଆପଣଙ୍କୁ ଏପରି ଫରମୁଳା କହିବୁ ଯାହା ଦ୍ଵାରା ଆପଣ ନିଜ ଜୀବନରେ ଏହାକୁ କାର୍ଯ୍ୟରେ ଲଗାଇଲା ପରେ ଆପଣ ମଧ୍ୟ ସଫଳତା ହାସଲ କରିପାରିବେ । ୱାରେନ ବଫେଟଙ୍କ ଜନ୍ମ ୩୦ ଆଗଷ୍ଟ ୧୯୩୦ ରେ ହୋଇଥିଲା । ତାଙ୍କ ପିତା ଥିଲେ ଜଣେ ସ୍ଟକ ବ୍ରୋକର । ସେହି ସମୟରେ ତାଙ୍କର ବହୁତ କ୍ଷତି ହେଉଥିଲା । ସେ ବଡ ହେଲା ପରେ ନିଜ ଖର୍ଚ ନିଜେ ଉଠାଇବାକୁ ଚେଷ୍ଟା କଲେ । ଏହା ପରେ ଯେତେବେଳେ ତାଙ୍କର ୧୦ ବର୍ଷ ହେଇଥିଲା ସେ ପେପର ବିକୁଥିଲେ । ସେଥିରେ ତାଙ୍କୁ ସନ୍ତୁଷ୍ଟ ଲାଗିଲା ନାହିଁ ।

ଏହାପରେ ସେ ତାଙ୍କର ଷ୍ଟ୍ରଙ୍ଗ ଓ ଭଲ ଚିନ୍ତାଧାରା ସେ ଆଗକୁ ଚାଲିଲେ, କାରଣ ସେ ଭାବିଲେ ଯଦି କୌଣସି ଲୋକର ଦୃଢ ଚିନ୍ତାଧାରା ନରହେ ତେବେ ସେ ବଡ ସଫଳତା ପାଇପାରିବ ନାହିଁ । ଏହାପରେ ସେ ଜାଣିବାକୁ ଚେଷ୍ଟା କଲେ କଣ କରିବା ଦ୍ଵାରା ତାଙ୍କୁ ସଫଳତା ମିଳିବ । ଏହାପରେ ସେ ଭାବିଲେ ଲୋକେ କେଉଁ ଜିନିଷକୁ ଅଧିକା ବ୍ୟବହାର କରୁଛନ୍ତି ।

ଏହାପରେ ସେ କେତେ ଗୁଡିଏ ଜିନିଷ ଜାଣିପାରିଥିଲେ । ନିଜର ଲକ୍ଷ ପାଇବା ପାଇଁ ନିଜ ରାସ୍ତା ଅଲଗା କରିପାରନ୍ତି କିନ୍ତୁ ନିଜର ଲକ୍ଷ କେବେ ହେଲେ ପରିବର୍ତନ କରନ୍ତୁ ନାହିଁ । ଏହାପରେ ସେ ତାଙ୍କ ବାପାଙ୍କ ଠାରୁ ସ୍ଟକ ମାରକେଟ ବିଷୟରେ କିଛି କିଛି ଜ୍ଞାନ ଆରହଣ କରିବାକୁ ଚେଷ୍ଟା କଲେ । ସେ ଏଥିରେ ହେଉଥିବା ଲାଭ ଓ ଖ୍ଯାତି ବିଷୟରେ ଜାଣିବାକୁ ପାଇଲେ ।

ସେଥିପାଇଁ ସେ ଷ୍ଟକ ମାରକେଟରେ ପ୍ରଥମେ ସବୁ ଜାଣିବାକୁ ଚେଷ୍ଟା କଲେ । ଯାହାଦ୍ୱାରା ସେ ସେହି ବ୍ୟବସାୟରେ କୌଣସି ପ୍ରକାରର ଅସୁବିଧା ନାହିଁ ଓ ନିଶ୍ଚିନ୍ତ ହୋଇ ସେଥିରେ ସେ ନିବେଶ କରିପାରିବେ । ଏହାପରେ ସେ ଜାଣିବାକୁ ପାଇଲେ ଯେ କୋମ୍ପାନି ବଢାଇବାକୁ ହେଲେ ଟଙ୍କା ଦରକାର ହୁଏ ଓ ସେହି ଟଙ୍କା ସେ ପବ୍ଲିକ ଫନ୍ଡ ରୁ ନେଇଥାନ୍ତି ।

ଯେତେବେଳେ ସେହି କୋମ୍ପାନିର ଲାଭ ହୋଇଥାଏ ସେ ସେଥିରୁ କିଛି ପରିମାଣ ଲାଭ ତାର ସାଙ୍ଗରେ ଥିବା ପାର୍ଟନର କୁ ମଧ୍ୟ ଲାଭବାନ କରାଇଥାଏ । ଏହାପରେ ସେ ଏହି ବିଷୟରେ ବେଶି ପଢିବାକୁ ଆରମ୍ଭ କରିଥିଲେ । ଯାହା ଦ୍ଵାରା ସେ ବହୁତ କିଛି ଜ୍ଞାନ ପାଇଲେ ସେ ଜାଣିଥିଲେ କି କେଉଁ ପେପର ଟି ସବୁଠୁ ଅଧିକା ବିକ୍ରି ହେଉଛି ଓ କେଉଁଟା ଲୋକେ ଅଧିକା ପସନ୍ଦ କରୁଛନ୍ତି ।

ସେ ସେହି କୋମ୍ପାନିର ଶେୟାରକୁ କିଣିଥିଲେ କାରଣ ଏହା କରିବା ଦ୍ଵାରା ତାଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏହା ପରେ ତାଙ୍କୁ ବହୁତ ଲାଭ ହେବାକୁ ଲାଗିଲା । ସେ ମାତ୍ର ୧୪ ବର୍ଷରେ ସେ ୪୦ ଏକର ଜମି କିଣିଥିଲେ ଓ କଲେଜ ପଢା ସାରିବା ପରେ ପରେ ସେ ୬୦ ରୁ ୭୦ ଲକ୍ଷ ଟଙ୍କା କମାଇ ପାରିଥିଲେ ।

ଏହା କେବଳ ସମ୍ଭବ ହେଲା ସେ ଆଧିକ ସମୟ ଧରି ଗୋଟିଏ କୋମ୍ପାନି ରେ ନିବେଶ କରିଥିଲେ । ଏହାପରେ ସେ ଯେଉଁ ଠାରେ ଏହି ବିଷୟରେ ପଢା ଯାଉଥିଲା ଶେଠୀଯାଇ ପଢା ଆରମ୍ଭ କରିଥିଲେ । ସେ ପଢା ସାରିବା ପରେ ସେ ସେଠାରେ ୨ ବର୍ଷ ଧରି କାମ କରିଥିଲେ ଯାହା ଦ୍ଵାରା ସେ ସବୁକିଛି ଜାଣିପାରିଥିଲେ । ଏହା ପରେ ସେ ଅନେକ କୀର୍ତିମାନ ସ୍ଥାପନ କରି ସାରିଛନ୍ତି । ବର୍ତ୍ତମାନ ୱାରେନ ବଫେଟଙ୍କ ମୋଟ ସମ୍ପତ୍ତି ର ମୂଲ୍ୟ ହେଉଛି 5 ଲକ୍ଷ 92ହଜାର କୋଟି ଟଙ୍କା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button