ଦେଶ- ବିଦେଶ

ଜସ୍ମିନଙ୍କ ପରେ ଏବେ ହାର୍ଦ୍ଦିକଙ୍କ ସହ ଯୋଡି ହେଲା ଏହି ଅଭିନେତ୍ରୀଙ୍କ ନାଁ

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି।

ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ହାର୍ଦ୍ଦିକଙ୍କୁ ଭଲପାଉଥିବା କଥା ସ୍ବୀକାର କରିଛନ୍ତି ବଲିଉଡ ଅଭିନେତ୍ରୀ ଈଶିତା ରାଜ୍ ।

ନତାଶାଙ୍କଠାରୁ ଛାଡ଼ପତ୍ର ନେବା ପରେ ହାର୍ଦ୍ଦିକଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡି ହୋଇ ରହିଛି, ପୂର୍ବରୁ ଅନନ୍ୟା ପାଣ୍ଡେ- ଗାୟିକା ଜସ୍ମିନ ୱାଲିଆଙ୍କ ନାମ ହାର୍ଦ୍ଦିକଙ୍କ ସହ ଯୋଡି ହୋଇଥିବା ବେଳେ ବର୍ତ୍ତମାନ ଜଣେ ଅଭିନେତ୍ରୀ ହାର୍ଦ୍ଦିକଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଏହି ଅଭିନେତ୍ରୀ ହାର୍ଦ୍ଦିକଙ୍କ ପ୍ରତି ଥିବା ନିଜର ପ୍ରେମ ବ୍ୟକ୍ତ କରି ଏବେ ଲାଇମଲାଇଟକୁ ଆସିଛନ୍ତି। ଅଭିନେତ୍ରୀଜଣକ ହେଉଛନ୍ତି ପ୍ୟାର୍ କା ପଞ୍ଚନାମାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଈଶିତା ରାଜ।

ଫିଲ୍ମିଜ୍ଞାନକୁ ସାକ୍ଷାତକାର ଦେଇ ଈଶିତା ରାଜ୍ ହାର୍ଦ୍ଦିକଙ୍କ ପ୍ରତି ଥିବା ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, “ହାର୍ଦ୍ଦିକ ମୋର ପ୍ରିୟ କ୍ରିକେଟର। ସେ ଜଣେ ମହାନ କ୍ରିକେଟର ଏବଂ ଅଲରାଉଣ୍ଡର ମଧ୍ୟ । ତାଙ୍କୁ ବ୍ୟାଟିଂ କରିବାର ଦେଖି ମୋତେ ବହୁତ ଖୁସି ଲାଗେ । ମୁଁ ତାଙ୍କୁ ଭଲ ପାଏ, ସେ ମୋର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ।”

ଏହା ପୂର୍ବରୁ ହାର୍ଦ୍ଦିକଙ୍କ ନାମ ଜସ୍ମିନଙ୍କ ସହ ଯୋଡାଯାଇଥିଲା। ଦୁହେଁ ନିଜ ନିଜ ପ୍ରୋଫାଇଲରେ ସେୟାର କରିଥିବା ଫଟୋର ପ୍ରଚ୍ଛଦପଟ ସମାନ ଥିବାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା। ନତାଶାଙ୍କୁ ଧୋକା ଦେଇ ହାର୍ଦ୍ଦିକ, ଜସ୍ମିନଙ୍କ ଡେଟ୍ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ଏପର୍ଯ୍ୟନ୍ତ ଦୁହେଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button