ଦେଶ- ବିଦେଶ

ଗ୍ୟାସ ପାଇଁ ଚିନ୍ତିତ ଅଛନ୍ତି ଯଦି ତୁରନ୍ତ ଛାଡି ଦିଅନ୍ତୁ ଏହି ୫ଟି ଖାଦ୍ୟ , ପ୍ରଥମ ଜିନିଷଟି ସବୁଠାରୁ ଅଧିକ ଗ୍ୟାସ ସୃଷ୍ଟି କରିଥାଏ

ଆଜିକାଲିର ଜୀବନଶୈଳୀ ଅତ୍ୟନ୍ତ ପରିବର୍ତ୍ତନ ହୋଇଯାଇଛି। ଫାଷ୍ଟଫୁଡ଼ର ବଢୁଥିବା ଲୋକପ୍ରିୟତା ଯୋଗୁଁ ଅଧିକାଂଶ ଲୋକ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି। ଏଗୁଡ଼ିକ ମଧ୍ୟରେ ପେଟର ସମସ୍ୟା ଯେପରିକି ଗ୍ୟାସ , ଏସିଡିଟି , ବଦହଜମି , କୋଷ୍ଠକାଠିନ୍ୟ ଆଦି ପ୍ରମୁଖ ଅଟେ। ଏଗୁଡିକ ମଧ୍ୟରୁ ଗ୍ୟାସ ଏଭଳି ଏକ ସମସ୍ୟା ଅଟେ , ଯେଉଁଥିରେ ପ୍ରାୟତଃ ଅଧିକାଂଶ ଲୋକ ପୀଡିତ ଅଛନ୍ତି।

ତେବେ ଆମେ ଆପଣଙ୍କୁ ଏଭଳି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଗ୍ୟାସ ସୃଷ୍ଟି କରିଥାଏ।

୫) କ୍ଷୀର:-

ଆପଣ ନିଶ୍ଚିତ ଭାବରେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ , କ୍ଷୀରରେ ଶୁଗାର ଲାକ୍ଟଜ ରହିଥାଏ , ଯାହାକୁ ସମସ୍ତେ ସହଜରେ ହଜମ କରିପାରନ୍ତି ନାହିଁ। ଏହାଦ୍ବାରା ପେଟରେ ଗ୍ୟାସ ସୃଷ୍ଟି ହେବାର ସମସ୍ୟା ହେବାକୁ ଲାଗିଥାଏ।

Google

୪) ବନ୍ଧା କୋବି:-

ବନ୍ଧା କୋବିରେ ମଧ୍ୟ ଏଭଳି ଜିନିଷ ରହିଥାଏ , ଯାହାକୁ ହଜମ କରିପାରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏଥିପାଇଁ ବନ୍ଧା କୋବିର ଅଧିକ ସେବନ ପେଟରେ ଗ୍ୟାସ ସୃଷ୍ଟି କରିବାର କାରଣ ହୋଇପାରେ। ବିଶେଷକରି ରାତିରେ ବନ୍ଧା କୋବି ଖାଇବା ଦ୍ୱାରା ଅଧିକ ଗ୍ୟାସ ସୃଷ୍ଟି ହୋଇଥାଏ।

୩) ଆଳୁ ଏବଂ ପିଆଜ:-

ଆଳୁ ଏବଂ ପିଆଜ ଆମର ମୁଖ୍ୟ ଖାଦ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇରହିଛି , କିନ୍ତୁ ରାତି ସମୟରେ ଆଳୁ ଏବଂ ପିଆଜ ସେବନ କରିବା ଦ୍ୱାରା ଗ୍ୟାସ ସୃଷ୍ଟି ହୋଇପାରେ। ବାସ୍ତବରେ , ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରୋଲ ଅଧିକ ମାତ୍ରାରେ ରହିଥାଏ , ଯାହାଦ୍ୱାରା ଗ୍ୟାସ ସୃଷ୍ଟି ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button