ରାଜ୍ୟ

ନାଲିଫିତା ତଳେ ଛତିଶା ଜଳ ନିଷ୍କାସନ ବ୍ୟବସ୍ଥା: ଆନ୍ଦୋଳନ ଧମକ ପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କଲା ପ୍ରଶାସନ

ଗୁରୁଡିଝାଟିଆ: ୫୬ବର୍ଷ ଧରି ସରକାରଙ୍କ ନାଲିଫିତା ତଳେ ଅଟକି ରହିଛି ଛତିଶା ଜଳ ନିଷ୍କାସନ ବ୍ୟବସ୍ଥାର ଭାଗ୍ୟ । ବଦଳୁଛନ୍ତି ପ୍ରଶାସନିକ ଅଧିକାରୀ ବଦଳୁଛି ସରକାର। ହେଲେ ସୁଧୁରୁନାହିଁ ଚାଷୀଙ୍କ ଦୁର୍ଦ୍ଦଶା। ବନ୍ୟାଜଳରୁ ବାହାରି ପାରୁନାହିଁ ଧାନକ୍ଷେତ । ଯାହାଫଳରେ ଶହଶହ ଏକର ଧାନକ୍ଷେତ ବର୍ଷାଦିନେ ବୁଡି ରହୁଛି। ଏହାଦ୍ଵାରା ଟାଙ୍ଗି-ଚୌଦ୍ୱାର ଓ ଆଠଗଡ ନିର୍ବାଚନ ମଣ୍ଡଳୀର ୭ରୁ ଊର୍ଦ୍ଧ୍ବ ପଞ୍ଚାୟତର ଧାନକ୍ଷେତ ସଂପୂର୍ଣ୍ଣ ଭାବେ ଉଜୁଡି ଯାଉଛି ।

ଏଥିରୁ ନିସ୍ତାର ପାଇଁ ଉପରୋକ୍ତ ପଞ୍ଚାୟତର ଜନସାଧାରଣ ଜନଆନ୍ଦୋଳନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଛନ୍ତି। ହେଲେ ସବୁ ରହିଯାଇଛି ପ୍ରତିଶ୍ରୁତି ଭିତରେ । ପଦ୍ମଭୂଷଣ ଡ.

ରାଧାନାଥ ରଥଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ଛତିଶା ବନ୍ୟାଜଳ ନିଷ୍କାସନ ପାଇଁ ବାହାରିଥିଲା ନିର୍ଯାସ । ଏଥିରେ ସନ୍ତୋଷ ପ୍ରକଟ କରିଥିଲେ କୃଷକମାନେ । ହେଲେ ତାହା ଏପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଚଳିତ ବର୍ଷ ମହାନଦୀ ଫୁଲିବା ଫଳରେ ସିମିଳହ୍ୟାଣ୍ଡଠାରୁ ବନ୍ୟାଜଳ ଛତିଶା ପାଟକୁ ପ୍ରବେଶ କରିବା ଯୋଗୁ ଶହଶହ ଏକର ଧାନଜମି କ୍ଷତିଗ୍ରସ୍ତ ହୋଇଛି ।

ଏ ସଂପର୍କରେ କୃଷକମାନେ ସମାସ୍ୟାର ସମାଧାନ ତ୍ୱରିତ କରିବା ପାଇଁ ଆଠଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ । ହେଲେ ବିଳମ୍ବ ହେବାରୁ କୃଷକମାନେ ଆନ୍ଦୋଳନ ପାଇଁ ସଜବାଜ ହୋଇଥିଲେ । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସମସ୍ୟା ବିଷୟରେ ଅବଗତ ହେବା ପରେ ଆସନ୍ତା ମାସ ୪ ତାରିଖରେ କୃଷକମାନଙ୍କ ସହିତ ଏକ ବୈଠକ ସ୍ଥିର କରିଥିବା ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button