ଦେଶ- ବିଦେଶ

ଆକ୍ସିଡେଣ୍ଟ ପରେ ଋଷଭ ପନ୍ତ ଙ୍କ ସହିତ କ’ଣ ଘଟିଥିଲା ? କିଏ କରୁଥିଲା ରିଷଭଙ୍କ ଭିଡିଓ ? ଦେଖନ୍ତୁ…

ବନ୍ଧୁଗଣ, ଟିମ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ଙ୍କ କାର ଆକ୍ସିଡେଣ୍ଟରେ ସେ କିଭଳି ଭାବରେ ବଞ୍ଚିଲେ ତାହା ଆପଣ ମାନେ ଭଲ ଭାବରେ ଜାଣିଛନ୍ତି । କିନ୍ତୁ ଏହି କାର ଆକ୍ସିଡେଣ୍ଟର କାରଣ କ’ଣ ଥିଲା ତଥା ଋଷଭ ପନ୍ତ ଏହି କାର ଆକ୍ସିଡେଣ୍ଟରେ କିଭଳି ନିଜକୁ ବଞ୍ଚାଇବାରେ ସକ୍ଷମ ହେଲେ, କେଉଁଭଳି ଭାବରେ ଲୋକେ ତାଙ୍କର ସାହାର୍ଯ୍ୟ କରିଲେ ତଥା କିଛି ଲୋକ ମୁଖଦର୍ଶକ ଭାବରେ ରହିଗଲେ,

କେଉଁଭଳି ଭାବରେ ଋଷଭ ପନ୍ତ ପୋଲିସ ସମ୍ମୁଖରେ ବୟାନ ଦେଲେ ଏବଂ କ’ଣ କ’ଣ କହିଲେ ଋଷଭ ପନ୍ତ, ଏହା ଏଭଳି କିଛି କଥା ଅଛି ଯାହା ସମ୍ବନ୍ଧରେ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସିସିଟିଭି ଫୁଟେଜ କୁ ଦେଖିବାକୁ ଗଲେ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି ଯେ ଋଷଭ ପନ୍ତ ଯେତେବେଳେ ରୁଡକି ସହର ଯାଉଥିଲେ, ସେତେବେଳେ ତାଙ୍କ କାରର ବେଗ ଅତ୍ୟଧିକ ଥିଲା ।

ପ୍ରାୟ 150 ରୁ 200 କିମି ବେଗ ଥିଲା । ଋଷଭ ପନ୍ତ ପୋଲିସ ସମ୍ମୁଖରେ ଯାହା ବୟାନ ଦେଇଛନ୍ତି ତାହା ଅନୁଯାୟୀ ତାଙ୍କୁ ନିଦ ଲାଗି ଆସୁଥିଲା ଯାହା ଫଳରେ କାରର ସନ୍ତୁଳନ ବିଗିଡି ଥିଲା ଏବଂ ସଡକରେ ଥିବା ଡିଭାଇଡ଼ରରେ ପିଟିହୋଇଗଲେ । କାର ଜୋରସେ ପିଟି ହୋଇଥିବାରୁ ସେଥିରେ ନିଆଁ ଲାଗିଯାଇଥିଲା ।

କାରରେ ନିଆଁ ଲାଗିବା ଦ୍ଵାରା ଋଷଭ ପନ୍ତା ଙ୍କ ପୋଷାକରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା, ଏହା ସହିତ ଋଷଭ ପନ୍ତ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେ କାରର କାଚ କୁ ଭାଙ୍ଗି, କାର ର ୱିଣ୍ଡୋରୁ ବାହାରକୁ ବାହାରି ନିଜକୁ ବଞ୍ଚାଇଥିଲେ । ସ୍ଥାନୀୟ ଲୋକେ ସେଠାରେ ଋଷଭ ପନ୍ତ ଙ୍କୁ କମ୍ବଳ ଘୋଡାଇ ଦେଇଥିଲେ । ଋଷଭ ପନ୍ତ ନୂଆବର୍ଷର ଛୁଟି ମନାଇବା ପାଇଁ ନିଜ ଘରକୁ ଯାଉଥିଲେ, ଏବଂ ତାଙ୍କ କାରରେ 2 ରୁ 3 ଲକ୍ଷ ଟଙ୍କା ଥିବାର ସୂଚନା ମିଳିଥିଲା ।

କାର ଯେତେବେଳେ ଉପରକୁ ମାଡ ହୋଇଥିଲା ସେତେବେଳେ କାରରୁ କିଛି ଟଙ୍କା ବାହାରକୁ ପଡିଯାଇଥିଲା ଏବଂ ସେଠାକାର ଲୋକେ ଋଷଭ ପନ୍ତ ଙ୍କ ବଦଳରେ ତାଙ୍କ ଟଙ୍କା ଉଠାଇ ସେଠାରୁ ପଳାଇବା ଉଚିତ ମନେ କରିଥିଲେ । ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ । ଋଷଭ ପନ୍ତ ଙ୍କୁ ବଞ୍ଚାଇବା ବଦଳରେ କିଛି ଲୋକ ତାଙ୍କ ଭି-ଡି-ଓ ମଧ୍ୟ କରିବାରେ ବ୍ୟସ୍ତ ଥିଲେ । ସେହିଭଳି ଆଉ କିଛି ଲୋକ ତାଙ୍କୁ ଲୋକାଲ ହସ୍ପିଟାଲ କୁ ନେଇଯାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button