ସଫଳ ବ୍ୟକ୍ତି ହେବାର ଚାଣକ୍ୟ ମନ୍ତ୍ର ।
ବନ୍ଧୁଗଣ ଆମେ ମାନେ ପିଲା ବେଳରୁ ହିଁ ଏହି କଥା ଶିଖି ଆସିଛୁ । ଜୀବନରେ ଭଲ କାମ କରିଲେ ଭଲ ଲୋକ ହୋଇପାରିବା । କାରଣ ଭଲ ଲୋକ ସବୁ ସ୍ଥାନରେ ଅଧିକ ଆଦର ସମ୍ମାନ ପାଇଥାଏ । ହେଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ଲିଖିତ ଚାଣକ୍ୟ ନୀତିରେ ଏପରି କିଛି ଲେଖା ହୋଇଛି । ଯେଉଁଥିରେ ଚାଣକ୍ୟ କହିଛନ୍ତି । ଯେ ଜୀବନରେ ସଫଳ ହେବାକୁ ଚାହୁଁଥିଲେ । ପ୍ରଥମେ ବ୍ୟକ୍ତିକୁ ଖରାପ ହେବା ପାଇଁ ପଡିବ ।
କାରଣ ଗୁଡ ଭଳି ମିଠା ଓ ସରଳ ହୋଇ ରହୁଥିବା ବ୍ୟକ୍ତିଙ୍କୁ ଲୋକମାନେ ବହୁତ ଶୀଘ୍ର ହଇରାଣ କରିଥାନ୍ତି । ହେଲେ ବ୍ୟକ୍ତିକୁ ସଫଳ ହେବା ପାଇଁ ପ୍ରଥମେ ଖରାପ ହେବାକୁ ପଡିବ । ତେବେ ଏପରି କଥା କହିବା ପଛରେ ଚାଣକ୍ୟଙ୍କର କ’ଣ ମହତ୍ଵ ଉଦ୍ଧେଶ୍ୟ ରହିଥିଲା ଚାଲନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ । 1- ଜଙ୍ଗଲରେ ଯେଉଁ ସବୁ ସିଧା ଗଛ ରହିଥାଏ । ସେହି ଗଛ ଗୁଡିକୁ ପ୍ରଥମେ ହିଁ କାଟି ଦିଆଯାଇଥାଏ । ତେଣୁ ପ୍ରତ୍ଯେକ ମଣିଷ ଆବଶ୍ୟକତା ଠାରୁ ଅଧିକ ସରଳ ହେବା ଉଚିତ ନୁହେଁ ।
2- ବେଳେବେଳେ ଅନେକ ସମୟରେ ବ୍ୟକ୍ତିକୁ ଚାପ ମଧ୍ୟରେ ରଖାଯାଇଥାଏ । ହୁଏତ ମିଠା ମିଠା କଥା କୁହାଯାଇ ମନକୁ ଭୁଲାଇ ଦିଆଯାଇଥାଏ । ହେଲେ ତାହାର ସୁଯୋଗ ନେଇ କିଛି ଲୋକ ତାହାର ଫାଇଦା ଉଠାଇବାକୁ ଯାଇ ଲୋକକୁ ନିଜ ଅଧୀନରେ ରଖିଦେଇଥାନ୍ତି । ସେହି ବ୍ୟକ୍ତିର ସ୍ଵତନ୍ତ୍ରତା ତା’ ଠାରୁ ଛଡାଇ ନେଇଥାନ୍ତି । ହେଲେ ପ୍ରତ୍ଯେକ ବ୍ୟକ୍ତିକୁ ସ୍ଵାଧୀନ ଓ ସ୍ଵତନ୍ତ୍ରତା ଭାବେ ଜୀବନ ବିତାଇବାର ଅଧିକାର ରହିଛି । ତେଣୁ ଦରକାର ପଡିଲେ ବ୍ୟକ୍ତିକୁ ନିଜ ଅଧିକାର ପାଇବା ପାଇଁ ମୁହଁ ଖୋଲି କହିବାକୁ ପଡିବ ।
3- ଚାଣକ୍ୟ ଏପରି ମଧ୍ୟ କହିଛନ୍ତି । ଯେଉଁ କାର୍ଯ୍ୟ କରି ମନୁଷ୍ୟ ସୁଖ ପାଇପାରୁଛି । ତାହାକୁ ସେହି କାମ କରିବା ଉଚିତ । ହେଲେ ଅନ୍ୟ କାହାର ଚାପରେ ବା ଅନ୍ୟ କାହାର କଥାରେ ନିଜର ଖୁସିକୁ ବଳୀଦାନ ଦେବା ଉଚିତ ନୁହେଁ । ନଚେତ ସେହି ବ୍ୟକ୍ତି ଜୀବନରେ ଖୁସିରେ ରହିପାରିବ ନାହିଁ । ତେଣୁ ନିଜ ଖୁସି ପାଇଁ ନିଜ ଇଛା ଅନୁସାରେ କାମ କରିବା ଉଚିତ ।
4- ଯେଉଁ ବ୍ୟକ୍ତି ନିଜ ଲାଇଫକୁ ଖୁସିରେ ଏଞ୍ଜୟ କରିବାକୁ ଚାହୁଁଥାଏ । ଲାଇଫରେ ସଫଳ ହେବାକୁ ଇଛା ରଖିଥାଏ । ସେ ଅନ୍ୟ କାହାରି ଈଷାରାରେ କାଠ କଣ୍ଢେଇ ପରି ନାଚି ନାଚି ନିଜ ଜୀବନକୁ ବର୍ବାଦ କରିଦେବା ଉଚିତ ନୁହେଁ । ତେଣୁ ସେ ନିଜ ଖୁସି ପାଇଁ ନିଜ ମନ ଚାହୁଁଥିବା କାର୍ଯ୍ୟକୁ ପ୍ରାଧାନ୍ୟ ଦେବା ଦରକାର ପଡିଥାଏ ।