ଦେଶ- ବିଦେଶ

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ରାସ୍ତା ଏମିତି ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଗୁଜରାଟର ବଦୋଦରାରୁ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପିଚୁ ରାସ୍ତା ଭାଙ୍ଗିଯାଇଥିବା ନଜର ଆସୁଛି । ଏହି ରାସ୍ତାକୁ ଚଳିତ ବର୍ଷ ମେ ମାସରେ ନିର୍ମାଣ କରାଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଖାସ୍ କଥା ହେଉଛି ଏହି ରାସ୍ତା ଦେଇ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା କରିହୁଏ । ତେବେ ଭିଡିଓ ଭାଇରାଲ ପରେ ଏହି ରାସ୍ତାର ଗୁଣବତ୍ତା ଓ ଏହାର ନିର୍ମାଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓକୁ କିଛି ଯୁବକ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏଥିରେ ରାସ୍ତା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ନଜର ଆସୁଛି । ଏହି ଘଟଣା କେବଳ ପର୍ଯ୍ୟଟକଙ୍କୁ ସୁରକ୍ଷାକୁ ବିପଦରେ ପକାଉଛି ତା ନୁହେଁ, ରାଜ୍ୟର ଛବିକୁ ମଧ୍ୟ ମଳିନ କରୁଛି । ସ୍ଥାନୀୟଲୋକେ ଏହି ମୁଦ୍ଦାକୁ ନେଇ ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି । ସଡକ ନିର୍ମାଣରେ ଦୁର୍ନୀତି ହୋଇଥିବା ଯୋଗୁଁ ଏହାର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଇନଥିବା ଲୋକେ କହୁଛନ୍ତି । ମାତ୍ର ୪ ମାସ ମଧ୍ୟରେ ରାସ୍ତା ଭାଙ୍ଗିଯିବା ସତରେ ଆଶ୍ଚର୍ଯ୍ୟଜନକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button