ବିହାରରେ ପୁଲିସ ଏବଂ କୃଷକଙ୍କ ମଧ୍ୟରେ ସଂଘର୍ଷ, ୩୦ ଗିରଫ – Kalinga News

[ad_1]
ନୂଆଦିଲ୍ଲୀ : ବିହାରର ବକ୍ସାର ଜିଲ୍ଲାରେ ଆଜି ପୁଲିସ ଏବଂ କିଛି ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ବକ୍ସାର ଜିଲ୍ଲା ଅଧୀନସ୍ଥ ଚୌସା ଗ୍ରାମର ଅନେକ କୃଷକ ଆଜି ଏକ ଥର୍ମାବଲ ପାୱାର ପ୍ଲାଣ୍ଟର ନିର୍ମାଣ ସାଇଟ୍ ବାହାରେ ଆନ୍ଦୋଳନ କରିଛନ୍ତି। ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ସେମାନଙ୍କ ଜମି ଅଧିଗ୍ରହଣ ପାଇଁ ଅଧିକ କ୍ଷତିପୂରଣ ଏବଂ ଯୁବଗୋଷ୍ଠୀଙ୍କ ପାଇଁ ଚାକିରି ଦାବି କରି ଏହି ଆନ୍ଦୋଳନ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆନ୍ଦୋଳନରତ କୃଷକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାକପରେ ଭୟଙ୍କର ସଂଘର୍ଷ ଉପୁଜିଥିଲା। ସଂଘର୍ଷର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ମହିଳାଙ୍କ ସମେତ ଅନେକ କୃଷକଙ୍କୁ ପୁଲିସ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଘଟଣାରେ କିଛି ଅଫିସରଙ୍କ ସମେତ ୨୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି। ଆହତ ପୁଲିସଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ କୃଷକଙ୍କୁ ପୁଲିସ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବିରୋଧୀ ଦଳ ଗୁଡ଼ିକ ସରକାରଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ଏବଂ ଆରଜେଡି ଏନେଇ ବିଜେପି ଉପରେ ତୀବ୍ର ବର୍ଷିଛନ୍ତି । ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖପାତ୍ର ମୃତ୍ୟୁଞ୍ଜୟ ତିଓ୍ୱାରୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନୃଶଂସତା ବୋଲି କହିଛନ୍ତି। ମହିଳା ବି ବାଦ୍ ପଡ଼ିନାହାନ୍ତି ବୋଲି ସେ କହିଛନ୍ତି।
[ad_2]




