ଦେଶ- ବିଦେଶ

କେବଳ ଗୋଟିଏ ଝିଅ ପାଇଁ ଏଠିକୁ ଆସିଥାଏ ପୁରା ଟ୍ରେନ, କାରଣ ଜାଣିଲେ ଆପଣ ବି ଏଠିକାର ସରକାରଙ୍କ ପ୍ରଶଂସା କରିବେ

ସମସ୍ତେ ନିଜ ନିଜର ପିଲାମାନଙ୍କର ଭଲ ଭବିଷ୍ୟତ ପାଇଁ ତାଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଚାହାନ୍ତି । ଏଥିପାଇଁ ସେମାନେ ନିଜର ପିଲାମାନଙ୍କୁ ସ୍କୁଲ ଓ କଲେଜକୁ ଛାଡିଥାନ୍ତି । କେତେକ କ୍ଷେତ୍ରରେ ରହୁଥିବା ମାତା ପିତା ନିଜର ପିଲାମାନଙ୍କ ଶିକ୍ଷାକୁ ନେଇ ବହୁତ ଚିନ୍ତିତ ବି ରହିଥାନ୍ତି । କାରଣ କେତେକ କ୍ଷେତ୍ରରେ ଯେମିତି ଗ୍ରାମାଞ୍ଚଳରେ ଜନସଂଖ୍ୟା କମ ହେବା କାରଣରୁ ସେଠି ସମସ୍ତ ପ୍ରକାରର ସୁବିଧା ଖାସକରି ଶିକ୍ଷା ସମ୍ବନ୍ଧିତ ସୁବିଧା ପହଞ୍ଚି ପାରେ ନାହିଁ । ସେଥିପାଇଁ ଏହିଭଳି କ୍ଷେତ୍ରରେ ପିଲାମାନଙ୍କୁ ପଢିବା ପାଇଁ ଦୂର ଦୂର ସ୍ଥାନକୁ ଯିବାକୁ ପଡିଥାଏ । ଯାହା ଏକ ଶିଶୁ ପାଇଁ ଅସମ୍ଭବ ପୂର୍ଣ୍ଣ କାର୍ଯ୍ୟ ଅଟେ ।

କିନ୍ତୁ ଅଧିକ ସମସ୍ୟାର କଥା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଘର ଓ ଆପଣଙ୍କ ସ୍କୁଲ ଦୁଇଟି ଅଲଗା ଅଲଗା ଅଞ୍ଚଳର ହୋଇଥାଏ । ତେବେ ଏହା ବହୁତ ଚିନ୍ତିତ କରିଥାଏ । କହିବାକୁ ଗଲେ ଆମ ଘର କୌଣସି ଏମିତି ସ୍ଥାନରେ ଥିବ ଯେଉଁଠୁ ଯିବା ଆସିବା କୌଣସି ପ୍ରକାରର ସୁବିଧା ନ ଥିବ ତେବେ ପିଲାମାନଙ୍କ ସ୍କୁଲ ଯିବା ବହୁତ ବଡ ସମସ୍ୟାର କଥା ହୋଇଥାଏ ।

କହିବାକୁ ଗଲେ କୌଣସି ବି ବସ କିମ୍ବା ଅଟୋ ଗୋଟିଏ କିମ୍ବା ଦୁଇଟି ପିଲା ପାଇଁ ନିଜର ରାସ୍ତା ବଦଳାଇ ନ ଥାନ୍ତି । କାରଣ ଏହା ଦ୍ଵାରା ତାଙ୍କର ପେଟ୍ରୋଲ ଅଧିକ ଖର୍ଚ ହୋଇଥାଏ । ଏହି ସ୍ଥିତିରେ ମାତା ମିତା ନିଜର ପିଲାମାନଙ୍କ ଆଡମିଶନ ଏହିଭଳି ସ୍କୁଲରେ କରିଥାନ୍ତି ଯେଉଁଠି ତାଙ୍କୁ ଯିବା ଆସିବାରେ କୌଣସି ଅସୁବିଧା ହେଉ ନ ଥିବ ଓ ସହଜରେ ସବୁ ପ୍ରକାରର ସୁବିଧା ମିଳୁଥିବ । ଏଥିପାଇଁ କେତେକ ଲୋକମାନେ ସ୍କୁଲ ହିସାବରେ ହିଁ ଆଖପାଖରେ ଘର କିମ୍ବା ଭଡା ଘର ଖୋଜିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏକି ଜାପାନ ଦେଶର ନିବାସୀ ଅଟେ । କହିବାକୁ ଗଲେ ଜାପାନ କେତେକ ଦ୍ଵିପକୁ ନେଇ ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜାପାନର ଉତ୍ତରରେ ଥିବା ହୋକାଇଦୋ ଦ୍ୱୀପରେ କେବଳ ଗୋଟିଏ ଝିଅ ପାଇଁ ପୁରା ଟ୍ରେନ ଆସିଥାଏ । ଯଦି ଏହିଭଳି ଚିନ୍ତାଧାରା ସମସ୍ତଙ୍କର ହୋଇଯିବ ତେବେ କୌଣସି ବି ଦେଶରେ କେହି ବି ଅଶିକ୍ଷିତ ରହିବେ ନାହିଁ

କିଛି ମାସ ପୂର୍ବେ ଏଠିକାର ସରକାରର ରେଲୱେ ବିଭାଗ ଠିକ କରିଲେ କି ଶିରାତାକୀ ଗ୍ରାମର ଷ୍ଟେସନ ବନ୍ଦ କରିଦିଆ ଯାଉ କାରଣ ଏହି ସ୍ଥାନରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି ନାହିଁ । କିନ୍ତୁ ସେହି ସମୟରେ ଜଣା ପଡିଲା କି ଗୋଟିଏ ଝିଅ ଅଛି ଯିଏ ସବୁଦିନ ଏହି ଟ୍ରେନ ଦ୍ଵାରା ହିଁ ସ୍କୁଲ ଯିବା ଆସିବା କରିଥାଏ ।

ଏହା ପରେ ଏହା ବି ଜଣା ପଡିଲା କି ସେହି ସ୍ଥାନକୁ ଯିବା ଆସିବା ପାଇଁ ଅନ୍ୟ କୌଣସି ସୁବିଧା ବି ନାହିଁ । ଏମିତିରେ ସରକାର ଠିକ କରିଲେ କି ଷ୍ଟେସନ ଖୋଲା ରହିବ ଓ ସବୁଦିନ ଦୁଇଥର ସେହି ସ୍ଥାନକୁ ଟ୍ରେନ ଯିବା ଆସିବା କରିବ । ଏହା ପରେ ଟ୍ରେନର ଟାଇମକୁ ବି ଝିଅର ସ୍କୁଲ ସମୟ ହିସାବରେ ଆଡଜସ୍ଟ ବି କରାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁରା ଟ୍ରେନରେ ଝିଅ ଛଡା ଅନ୍ୟ କୌଣସି ବି ଯାତ୍ରୀ ଯାତ୍ରା କରି ନ ଥାନ୍ତି ।

ଏହା ଛଡା ରେଲୱେ ବିଭାଗ ଏହା ବି ନିଷ୍ପତି ନେଇଛନ୍ତି କି ଯେତେ ଦିନ ପର୍ଯ୍ୟନ୍ତ ସେହି ଝିଅ ହାଇସ୍କୁଲର ଶିକ୍ଷା ପୁରା କରି ନାହିଁ ସେତେ ଦିନ ପର୍ଯ୍ୟନ୍ତ ଟ୍ରେନ ଚାଲୁ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button