ଦେଶ- ବିଦେଶ

ଆପଣଙ୍କ ବ୍ଲଡ଼ ଗୃପ ଆପଣଙ୍କ ବିଷୟରେ କଣ କହିଥାଏ ? Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟକିତ୍ବ ସମ୍ବନ୍ଧରେ ଜାଣିବାକୁ ସର୍ବଦା ଇଛୁକ ରହିଥାଏ।ଯଦିଓ ରାଶି ଏବଂ ବାସ୍ତୁଶାସ୍ତ୍ର ଉପରେ କୌଣସି ବ୍ୟକ୍ତି ବିଶ୍ୱାସ କରିନଥାଏ।କିନ୍ତୁ ଯେବେ କଥା ବ୍ୟକ୍ତି ର ସ୍ୱଭାବ ଏବଂ ବ୍ୟକ୍ତିତ୍ବ ଉପରେ ଆସିଥାଏ ତେବେ ସେହି ବ୍ୟକ୍ତି ନିଜ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା କରିଥାଏ। ତେବେ ରାଶି ଛଡ଼ା ଆମ ମଧ୍ୟରେ ଏଭଳି ଏକ ଜିନିଷ ରହିଛି ଯାହା ଆମ ବ୍ୟକ୍ତିତ୍ବ ସମ୍ବନ୍ଧରେ ଆମକୁ ଜଣାଇଥାଏ ଏବଂ ସେହି ଜିନିଷ ଟି ହେଉଛି, ଆମର ‘ବ୍ଲଡ଼ ଗ୍ରୁପ’।

ଆମ ଶରୀରରେ ଥିବା ଆମ ବ୍ଲଡ଼ ଗ୍ରୁପ ମଧ୍ୟ ଆମ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜଣାଇଥାଏ। ପ୍ରତ୍ୟେକ ବ୍ୟକ୍ତି ର ବ୍ଲଡ଼ ଗ୍ରୁପ ସମାନ ନଥାଏ। ମନୁଷ୍ୟ ମଧ୍ୟରେ ଦୁଇ ପ୍ରକାର ଆଣ୍ଟିଜେନ ଦେଖିବାକୁ ମିଳିଥାଏ। ‘A’ ଏବଂ ‘B’। ଏହି ଆଣ୍ଟିଜେନ ର ଉପସ୍ଥିତି ଏବଂ ଅନୁପସ୍ଥିତି ଦ୍ୱାରା ହିଁ ମନୁଷ୍ୟ ର ବ୍ଲଡ଼ ଗ୍ରୁପ ନିର୍ଦ୍ଧାରିତ ହୋଇଥାଏ।

ଏହି ଦୁଇ ଆଣ୍ଟିଜେନ କୁ ନିର୍ଦ୍ଧାରିତ କରି ମନୁଷ୍ୟ ଶରୀରର ବ୍ଲଡ଼ ଗ୍ରୁପ କୁ ୪ ଭାଗରେ ବିଭକ୍ତ କରା ଯାଇଛି। ‘A’, ‘B’, ‘AB’ ଏବଂ ‘O’।’A’ ଟାଇପ ର ବ୍ଲଡ଼ ଗ୍ରୁପ ରେ କେବଳ ‘A’ ଆଣ୍ଟିଜେନ ରହିଥାଏ ଏବଂ ‘B’ ବ୍ଲଡ଼ ଗ୍ରୁପ ରେ କେବଳ ‘B’ ଆଣ୍ଟିଜେନ ରହିଥାଏ। ‘AB’ ବ୍ଲଡ଼ ଗ୍ରୁପ ରେ ଉଭୟ ଆଣ୍ଟିଜେନ ରହିଥାଏ ଏବଂ ‘O’ ବ୍ଲଡ଼ ଗ୍ରୁପ ରେ ଉଭୟ ମଧ୍ୟରୁ କୌଣସି ଆଣ୍ଟିଜେନ ରହିନଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣଙ୍କ ବ୍ଲଡ଼ ଗ୍ରୁପ ଅନୁସାରେ ଆପଣଙ୍କ ମଧ୍ୟରେ ଥିବା ବ୍ୟକ୍ତିତ୍ବ ସମ୍ବନ୍ଧରେ।

୧. “A” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ବହୁତ ସ୍ମାର୍ଟ ହୋଇଥାନ୍ତି। ଏମାନେ ଯେ କୌଣସି କାର୍ଯ୍ୟ କୁ ବହୁତ ଭାବିଚିନ୍ତି କରିଥାନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ଝଗଡ଼ା କରିବା ଆଦୋୖ ପସନ୍ଦ ନୁହେଁ। ଏମାନେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଅଧିକ ପସନ୍ଦ କରନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ମାନଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସହଜରେ ନିଜ ମନରେ ଥିବା ଇମୋସନ କୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ କୁହନ୍ତି ନାହିଁ।

୨. ”B” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଟାଇପ ‘A’ ବ୍ଲଡ଼ ଗ୍ରୁପ ର ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଚାର କରନ୍ତି ନାହିଁ। ଏମାନେ ବହୁତ କ୍ରିଏଟିଭ ନେଚର ର ହୋଇଥାନ୍ତି। ଏମାନେ ସମସ୍ତଙ୍କ ସହିତ ସହଜରେ ମିଶି ଯାଇଥାନ୍ତି ଏବଂ ମଜା ମସ୍ତି ରେ ନିଜ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ଏହି ନେଚର ଏମାନଙ୍କୁ ଖାସ ବନାଇଥାଏ।

୩. “AB” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଟାଇପ ‘A’ ଓ ଟାଇପ ‘B’ ବ୍ଲଡ଼ ଗ୍ରୁପର ମିଶ୍ରଣ ହୋଇଥାନ୍ତି।ଏହି କାରଣ ରୁ ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ନେଚର ସମ୍ବନ୍ଧରେ ଜାଣିବା କଷ୍ଟକର ହୋଇଥାଏ। ଏମାନେ ବହୁତ କଂପ୍ଲିକେଟେଡ଼ ନେଚର ର ହୋଇଥାନ୍ତି। ଏହା ସହିତ ଏହି ବ୍ଲଡ଼ ଗ୍ରୁପ ର ବ୍ୟକ୍ତି ସ୍ୱାର୍ଥପର ମଧ୍ୟ ହୋଇଥାନ୍ତି ଏବଂ ଏହା ସହିତ ମୁକ୍ତ ବିଚାର ଥିବା ସ୍ୱଭାବ ର ହୋଇଥାନ୍ତି।

୪. “O” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ଼ ଗ୍ରୁପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। କାରଣ ଏହି ବ୍ଲଡ଼ ଗ୍ରୁପ ରେ ଉଭୟ ଆଣ୍ଟିଜେନ ମଧ୍ୟରୁ କୌଣସି ବି ଆଣ୍ଟିଜେନ ରହି ନଥାଏ। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ରକ୍ତ ମଶା ମାନଙ୍କୁ ଅଧିକ ପସନ୍ଦ ହୋଇଥାଏ।

ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସ୍ୱାଧୀନ ଭାବରେ ରହିବା କୁ ପସନ୍ଦ କରନ୍ତି।ଏମାନେ ନିଜ ବୁଦ୍ଧି ହିସାବରେ ସମସ୍ତ କାର୍ଯ୍ୟ କରିଥାନ୍ତି। ଏମାନେ ଅଧିକ ରୁଷ୍ଟ ସ୍ୱଭାବ ର ମଧ୍ୟ ହୋଇଥାନ୍ତି। ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସର୍ବଦା ସଚ୍ଚୋଟ ରୁହନ୍ତି ଏବଂ ଏମାନେ ମିଛ ଓ ଧୋକା କେବେବି ବରଦାସ୍ତ କରନ୍ତି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button