ରାଜ୍ୟ

ପରିଚାଳନା କମିଟି ବୈଠକ ଶେଷ: ନାଟମଣ୍ଡପରେ ଲାଗିବ ଏସି, ନିଆଗଲା ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଏହି ବୈଠକ ଚାଲିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି । ସେହିପରି ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯାଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି ।

ଆପଣ ଏହି ଖବର ବି ପଢିପାରିବେ:

ତିନିଜଣିଆ କମିଟିର ରିପୋର୍ଟ ପ୍ରଦାନ ପରେ ବି ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି । ସେଥିପାଇଁ ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ, ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା। ।

ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା। ନିୟମିତ ହେବ ନୀତି ସବକମିଟି ବୈଠକ। ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫଏମ୍ ଚ୍ୟାନେଲ ହେବ। ସେହିପରି ବୈଠକରେ ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଥିବାବେଳେ ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି ବ୍ୟବସ୍ଥା କରାଯିବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button