ଦେଶ- ବିଦେଶ

୧୭କୋଟିର ଘରକୁ ଭଡ଼ା ଦେଲେ କାର୍ତ୍ତିକ, ମାସକୁ ନେବେ ଏତେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଗତ କିଛି ଦିନ ହେବ ନିଜ ଫିଲ୍ମ ଚନ୍ଦୁ ଚାମ୍ପିୟନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଶରୀରର ଗଠନ ଓ ତାଙ୍କ ଲୁକ୍ ଭିନ୍ନ ଥିବା ବେଳେ ଦର୍ଶକ ତାଙ୍କୁ ପସନ୍ଦ କରିଥିଲେ। ତେବେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା କାର୍ତ୍ତିକ ଏବେ ନିଜ ଘରକୁ ଭଡ଼ା ଲଗାଇଥିବା ଜଣାପଡ଼ିଛି।

କାର୍ତ୍ତିକ ଜୁହୁରେ ୧୭କୋଟିରୁ ଅଧିକ ଟଙ୍କାରେ କିଣିଥିବା ତାଙ୍କ ଆପାର୍ଟମେଣ୍ଟକୁ ଭଡ଼ାରେ ଲଗାଇଛନ୍ତି। କୁହାଯାଉଛି ଯେ, ଭଡ଼ା ଆକାରରେ କାର୍ତ୍ତିକ ଭଡ଼ାଟିଆଙ୍କଠାରୁ ମାସକୁ ୪-୫ଲକ୍ଷ ଟଙ୍କା ନେବେ। ଏହି ଘର ୪୨,୫୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ସହିତ ପଞ୍ଜିକୃତ ହୋଇଥିବା ବେଳେ ଏହା ୧,୯୧୨ ବର୍ଗ ଫୁଟରେ ନିର୍ମିତ ହୋଇଛି। ସିଦ୍ଧିବିନାୟକ ପ୍ରେସିଡେନ୍ସି କୋ-ଅପରେଟିଭ୍ ହାଉସିଂ ଅଧୀନରେ କାର୍ତ୍ତିକଙ୍କ ଆପର୍ଟମେଣ୍ଟ ଥିବା ଜଣାପଡ଼ିଛି।

କୁହାଯାଉଛି ଯେ କାର୍ତ୍ତିକ ଆରୟନ୍ ଏହି ଆପାର୍ଟମେଣ୍ଟ ୩୦ ଜୁନ୍ ୨୦୨୪ରେ କିଣିଥିଲେ। ସେ ତାଙ୍କ ମା’ ମାଲା ତିୱାରୀଙ୍କ ସହ ମିଶି ୧୭.୮ କୋଟି ଟଙ୍କା ମୂଲ୍ୟର ଏହି ଆପାର୍ଟମେଣ୍ଟ କିଣିଥିଲେ। ଏଥିପାଇଁ ତାଙ୍କୁ ୧.୦୫ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ୩୦ହଜାର ଟଙ୍କା ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିଥିଲା। ଆପାର୍ଟମେଣ୍ଟ ସହିତ ସେ ଦୁଇଟି ଗାଡ଼ି ପାଇଁ ପାର୍କିଂ କିଣିଥିଲେ। ଜୁଲାଇ ୨୦୨୩ରେ କାର୍ତ୍ତିକଙ୍କ ପିତାମାତା ସିଦ୍ଧିବିନାୟକ ପ୍ରେସିଡେନ୍ସି କୋ-ଅପରେଟିଭ୍ ହାଉସିଂ ଅଧୀନରେ ଅଷ୍ଟମ ମହଲାରେ ଏକ ଫ୍ଲୋର କିଣିଥିଲେ ଯାହାର ମୂଲ୍ୟ ୧୬.୫କୋଟି ଟଙ୍କା ଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button