ରାଜ୍ୟ
ସାପ କାମୁଡାରେ ମା-ଝିଅ ମୃତ
ଗଞ୍ଜାମ କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅଧୀନ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନରେ ଗୁରୁବାର ମା’ ଆଉ ଝିଅର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ (୩୫) ଏବଂ ତାଙ୍କ ଝିଅ ସୁବି ନାୟକ। ସୂଚନା ଅନୁଯାୟୀ, ଲଡୁ ନାୟକଙ୍କ ପତ୍ନୀ ଗୁରବାରି ଏବଂ ଝିଅ ସୁବି ଗତକାଲି ରାତିରେ ଶୋଇଥିଲେ।
ଗୁରୁବାର ସକାଳେ ଉଠି ଗୋଡ଼କୁ କଣ କାମୁଡ଼ି ଦେଲା ବୋଲି ସ୍ବାମୀଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଗୁରୁବାରି ଅଚେତ ହୋଇ ପଡିଥିଲେ। ଏହା ପରେ ଝିଅ ସୁବି ମଧ୍ୟ ଅଚେତ ହୋଇପଡ଼ିଥିଲେ।
ଭଞ୍ଜନଗର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
କାରଣ ଜଣାପଡ଼ିବ।ଭଞ୍ଜନଗର ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି।