ରାଜ୍ୟ

ପହଁଚି ପାରିଲେନି ଘରେ, ବସ୍ ଭିତରେ ଚାଲିଗଲା ପ୍ରାଣ

ଯାଜପୁର: ମୃତ୍ୟୁ ହେଉଛି ଏମିତି ଅଜଣା ଅତିଥି ନା ସେ ବନ୍ଧୁ ପରିଜନ ଦେଖେ ନା ଭଲ ମନ୍ଦ ସମୟ । କେତେବେଳେ କେମିତି କେଉଁ ରୂପରେ କହା ପାଇଁ ଚାଲି ଆସେ ତାହା କେହି ଜାଣିପାରନ୍ତି ନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷ ବି କେତେବେଳେ ଯେ ଯମ ହାବୁଡ଼ରେ ପଡ଼ିବ ସେ ବିଷୟରେ କେହି କହି ପାରିବେ ନାହିଁ । ଯାହାକୁ ନେଇ ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ହସ୍ପିଟାଲ ପରିସରରେ ବସ୍ । ଆଉ ବସ୍ ଭିତରେ ଯାତ୍ରା କରୁଥିବା ଯାତ୍ରୀମାନେ ସବୁ ବାହାରେ ଆସି ଛିଡା ହୋଇଛନ୍ତି । ଆପଣ ଭାବୁଥିଲେ କଣ ହେଇଛି କି ବସ୍ ଟି ବସ୍ ଷ୍ଟାଣ୍ଡରେ ନରହି,ଏମିତି ହସ୍ପିଟାଲ ପରିସରରେ କାହିଁକି ଥୁଆ ହୋଇଛି । ତେବେ ଘଟଣାଟି ଭାରି ଦୁଃଖ ଦାୟକ ।

ସତରେ କଣ ଏମିତି ବି ଆସେ ମୃତ୍ୟୁ । ଯାହା ସୂଚନା ମିଛି କି, ବସରେ ଯାତ୍ରା କରୁଥିବା ସମୟରେ ହଠାତ୍ ଟଳି ପଡିଲେ ଯାତ୍ରୀ । ଯାଜପୁର ଜିଲ୍ଲା ବଉଳାଙ୍ଗ ଗ୍ରାମର ଦିନମଣୀ ସାମଲ କଟକ ଲିଙ୍କ ରୋଡ଼ରୁ ଏକ ଘରୋଇ ବସରେ ଆଜି ନିଜ ଘରକୁ ଫେରୁଥିବା ସମୟରେ ହଠାତ୍ ଅଧା ବାଟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା । ସେ କିଛି ବୁଝିବା ପୂର୍ବରୁ ବସ୍ ଭିତରେ କେଇ ମିନିଟରେ ସେ ଟଳି ପଡ଼ିଥିଲେ ।

ଏହି ସମୟରେ ଏଭଳି ପରିସ୍ଥିତି ଦେଖି ବସ୍ ଡ୍ରାଇଭର କିଛି ନଭାବି ବସ୍ ଟିକୁ ତୁରନ୍ତ ବଡ଼ଚଣା ମେଡିକାଲକୁ ନେଇଯାଇଥିଲେ । ସେଠାରେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ଭିତରେ ଖେଳିଯାଇଥିଲା ଶୋକର ଛାୟା ।

କିଛି ସମୟ ପୂର୍ବରୁ ଯେଉଁ ବ୍ୟକ୍ତି ସେମାନଙ୍କ ସହ ଯାତ୍ରା କରୁଥିଲେ, କେଇ ସମୟରେ ସେ ଆଉ ଏ ଦୁନିଆରେ ନାହାନ୍ତି । ଏପଟେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ୍ ପହଁଚି ମୃତକଙ୍କ ପରିବାରକୁ ଖବର ଦେବା ସହ ଥାନାରେ ବସଟିକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ତେବେ ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସେ ତାହା ଜାଣିବା ମୁସ୍କିଲ । ମାତ୍ର କେଇ ମିନିଟ୍ ଭିତରେ ଘରେ ପହଁଚି ଥାନ୍ତେ, ହେଲେ ସବୁ ଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ ।

Related Articles

Leave a Reply

Your email address will not be published. Required fields are marked *

Back to top button