ସ୍ୱାସ୍ଥ୍ୟ

ଫିଟ୍ ରହିବାକୁ ଚାହୁଁଥିଲେ ଆଜି ଠାରୁ ଖାଇବା ଆରମ୍ଭ କରନ୍ତୁ ସାଲାଡ ! କେଉଁ ସମୟରେ ଖାଇବା ଉଚିତ ଓ କେଉଁ ସମୟରେ ଅନୁଚିତ

ସାଲାଡ ଖାଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ପରିବା ଯେମିତିକି କାକୁଡି, ଟମାଟର, ମୂଳା, ଗାଜର ଓ ପିଆଜ ଆଦି ସବୁ ମିକ୍ସ କରି ପକାଇ ସ୍ଵାଦକୁ ଅଧିକ ବଢାଇବା ପାଇଁ କିଛି ଲୁଣ ବା ଅନ୍ୟ କିଛି ମସଲା ପକାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହା ଛଡା କେତେକ ଲୋକମାନେ ସାଲାଡର ସେବନ ତ କରନ୍ତି କିନ୍ତୁ ସାଲାଡ ର ପୁରା ପୋଷଣ ସେମାନେ ପାଇ ପାରନ୍ତି ନାହିଁ ।

 

କାରଣ ତାଙ୍କୁ ସାଲାଡ ସେବନ କରିବାର ସଠିକ ଉପାୟ ଜଣା ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସାଲାଡ ଖାଇବାର ସଠିକ ନିୟମ ବିଷୟରେ ଏଠାରେ ବିସ୍ତାର ରୂପେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜଣାଇବା ମଧ୍ୟ ଜରୁରୀ ଅଟେ ।

ସାଲାଡକୁ ସବୁବେଳେ ଭୋଜନ ପୂର୍ବରୁ ଖାଇବା ଉଚିତ । ଯେତେବେଳେ କି ୯୦ ପ୍ରତିଶତ ଲୋକମାନେ ସାଲାଡର ସେବନ ଭୋଜନ କରିବା ବେଳେ ହିଁ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଶରୀରକୁ ସାଲାଡ ଖାଇବାର ବିଶେଷ ଫାଇଦା ମିଳିପାରିନଥାଏ । ଏହା ଛଡା କେତେ ଥର ଡାଇଜେସନ ସହ ସମ୍ବନ୍ଧିତ ସମସ୍ୟା ବି ହୋଇଥାଏ ।

ଯେତେବେଳେ ଆପଣଙ୍କୁ ଭୋକ ଲାଗୁଛି ସେହି ସମୟରେ ଆପଣ ସାଲାଡ ଖାଇପାରିବେ । ଏହାଛଡା ଲଞ୍ଚ ବା ଡିନର ସମୟର ଠିକ ଅଧ ଘଣ୍ଟା କି ଘଣ୍ଟାଏ ପୂର୍ବରୁ ହିଁ ସାଲାଡର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରକୁ ସାଲାଡରୁ ପୂର୍ଣ୍ଣ ପୋଷଣ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button