ସ୍ୱାସ୍ଥ୍ୟ

ପିରିୟଡସ୍‌ ରୋକିବାକୁ ଖାଉଛନ୍ତି କି ମେଡିସିନ୍‌, ତାହାଲେ ଏହି ଖବର ଆପଣଙ୍କ ପାଇଁ

ଅନେକ ମହିଳାମାନେ କୌଣସି ଜରୁରୀ ମିଟିଙ୍ଗ କିମ୍ବା କୌଣସି ପ୍ରୋଗ୍ରାମ ଚକ୍କରରେ ପିରିୟଡସ୍‌କୁ ଘୁଞ୍ଚାଇବା ଭଳି ଔଷଧ ଖାଇଥାନ୍ତି। ବର୍ଷରେ ଥରେ କିମ୍ବା ଦୁଇଥର ଏହି ଔଷଧ ସେବନ କରିବା ଠିକ୍‌ ହୋଇଥାଏ କିନ୍ତୁ ଯଦି ଆଦପଣ ଏହାକୁ ବର୍ଷକରେ ଦୁଇ ଥରରୁ ଅଧିକା ବ୍ୟବହାର କରିଥାନ୍ତି ତେେବେ ସେହି ମହିଳାମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେବେ ଜାଣନ୍ତୁ ପିରିୟଡସ୍‌କୁ ଘୁଞ୍ଚାଇବା ଭଳି ଔଷଧ ଖାଇବେ ଏହା ଶରୀରରେ କି ପ୍ରକାର କାମ କରିଥାଏ ଏବଂ ଶରୀର ଉପରେ କି ପ୍ରଭାବ ପଡିଥାଏ।

Control-ପିରିୟଡସ୍‌କୁ ଆଗକୁ ବଢାଇବା ଭଳି ଔଷଧ ବାରମ୍ବାର ଖାଇବା ଦ୍ୱାରା ଆପଣଙ୍କ ମାସିକ ଧର୍ମର ତାରିଖ ବଦଳିଯାଇଥାଏ। ବୋଧ ହୁଏ ମହିଳାମାନେ ଏଥିପ୍ରତି ଧ୍ୟାନ ଦେଇନଥାନ୍ତି କିନ୍ତୁ ଭବିଷ୍ୟତରେ ବେବି ପ୍ଲାନିଂ କରିବା ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

-ପ୍ରତ୍ୟେକ ମହିଳାଙ୍କର ବଡି ସିଷ୍ଟମ ଭିନ୍ନ ଭିନ୍ନ ହୋଇଥାଏ। କିଛି ମହିଳାଙ୍କର ମାସିକ ଧର୍ମରେ ଅନିୟମିତା ହୋଇଥିବା ବେଳେ ଅନ୍ୟ ମହିଳାଙ୍କର ମାସିକଧର୍ମରେ ଅଧିକ ବ୍ଲିଡିଂ ହୋଇଥାଏ।

menstruación-ପିରିୟଡସ୍‌ ସଠିକ୍‌ ଭାବେ ନହେବା ଦ୍ୱାରା ମଧ୍ୟ ପେଟରେ ଚର୍ବି ଜମା ହୋଇଥାଏ। ଏହି ଚର୍ବିକୁ ଏକ୍ସରସାଇଜ୍‌ କିମ୍ବା ଅନ୍ୟ କୌଣସି ଆାକ୍ଟିଭିଟି ଦ୍ୱାରା ହ୍ରାସ କରାଯାଇପାରିବ।

-ଏହାବ୍ୟତୀତ ପିରିୟଡସ୍‌ ଘୁଞ୍ଚିବା ଦ୍ୱାରା ଦୁର୍ବଳ ଅନୁଭବ ହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button