ସ୍ୱାସ୍ଥ୍ୟ

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ରାତିରେ ନିୟମିତ ଖାଆନ୍ତୁ ଡାଲି

ସାଧାରଣତଃ ଭାରତୀୟମାନେ ଦ୍ୱିପ୍ରହର ଖାଦ୍ୟରେ ଡାଲି ଖାଇବାକୁ ପସନ୍ଦ କରନ୍ତି। ଏହା ଆମର ମୁଖ୍ୟ ଭୋଜନ ମଧ୍ୟରେ ଅନ୍ୟତମ। ଡାଲିରେ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ରାତିରେ ଡାଲି ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ। ଅଧିକାଂଶ ଲୋକ ରାତିରେ ଡାଲି ଖାଇବାକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ରାତିରେ ଡାଲି ଖାଇଲେ ହଜମ ହୁଏନି ଇତ୍ୟାଦି। କିନ୍ତୁ ପୋଷଣ ବିଶେଷଜ୍ଞ ଏବଂ ଆୟୁର୍ବେଦିକ ଚିକିତ୍ସକଙ୍କ ମତାନୁସାରେ ରାତିରେ ଡାଲି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

23

ନ୍ୟୁଟ୍ରିନିଷ୍ଟଙ୍କ କହିବାନୁଯାୟୀ, ରାତିରେ ଡାଲି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ। କିନ୍ତୁ ରାତିରେ ମୁଗ ଭଳି ସହଜରେ ହଜମ ହେଉଥିବା ଡାଲି ଖାଇବା ଆବଶ୍ୟକ। ଆପଣ ରାତିରେ ଶୋଇବା ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ଖାଇବା ଉଚିତ। ଏପରି କରିବା ଦ୍ୱାରା ଖାଇଥିବା ଖାଦ୍ୟ ହଜମ ହେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥାଏ। ରାତିରେ ହାଲକା ଖାଦ୍ୟ ଖାଇବା ଉଚିତ। ରାତିରେ ଖାଇବା ସମୟରେ ଡାଲିକୁ କୌଣସି ତୈଳଯୁକ୍ତ ଖାଦ୍ୟ କିମ୍ବା ଭାରି ଖାଦ୍ୟରେ ନ ମିଶାଇ ଖିଚିଡି କିମ୍ବା ଭାତ ସହିତ ଖାଇବା ଉଚିତ। ଏହା ଆପଣଙ୍କୁ ପ୍ରୋଟିନ ପ୍ରଦାନ କରିଥାଏ, ତାହା ସହିତ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ।

dal

ସେହିପରି ଆୟୁର୍ବେଦିକ ଚିକିତ୍ସକଙ୍କ କହିବାନୁଯାୟୀ, ଆୟୁର୍ବେଦ ତିନିଟି ସ୍ତମ୍ଭ ଉପରେ ନିର୍ଭର କରିଥାଏ। ବ୍ରତ, ପିତ୍ତ ଏବଂ କଫ। ଅନେକ ଡାଲି ବହୁତ ଭାରୀ, ଆଉ କିଛି ମଧ୍ୟମ ଏବଂ ଅନ୍ୟ କେତେ ବହୁତ ହାଲକା ରହିଥାଏ। ରାତିରେ ଡାଲି ସେବନ ଶାରୀରିକ ପ୍ରଣାଳୀକୁ ସଠିକ ରହିଥାଏ। ତେଣୁ ରାତିରେ ସହତରେ ହଜମ ହେଉଥିବା ଡାଲି ଖାଇବା ଆବଶ୍ୟକ। ଏହାକୁ ଖାଇବା ପରେ ଉଚିତ ମାତ୍ରାର ପାଣି ପିଇବା ମଧ୍ୟ ଆବଶ୍ୟକ। ମୁଗ ଡାଲି ପାଚନ ପ୍ରକ୍ରିୟାକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ଡାଲି ପ୍ରୋଟିନର ଭଲ ମାତ୍ରା ରହିଥାଏ କିନ୍ତୁ ଏହା ହଜମ ହେବାକୁ କିଛି ସମୟ ଲାଗିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button