ଛୋଟ ଛୋଟ କଥାରେ କାନ୍ଦି ପକାଉଥିବା ଝିଅଙ୍କ ସ୍ଵଭାବ କେମିତି ହୋଇଥାଏ ?
ଏହି ଦୁନିଆରେ ଯିଏ ଜନ୍ମ ନେଇଛି । ସେ ଦିନେ ନା ଦିନେ ଏହି ଦୁନିଆ ଛାଡି ଚାଲିଯିବ । ତାହା ତ ସମସ୍ତେ ଜାଣିଛନ୍ତି । ତେବେ ଯେଉଁ ସମୟ ଏହି ଧରା ପୃଷ୍ଠରେ ଆମେ ମନୁଷ୍ୟ ଭାବେ ଜୀବନ ଜାପନ କରିବା । ସେହି ସମୟକୁ କିପରି ଭଲ ଭାବେ ବିତାଇପାରିବା । ନିଜେ ହସିବା ସହ ଅନ୍ୟ ମୁଖରେ କିପରି ହସ ଫୁଟାଇ ପାରିବା ସେହି ସମ୍ପର୍କରେ ଆଜି ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ଅନୁଚିନ୍ତା ବାକ୍ୟ ଦ୍ଵାରା ଜଣାଇବାକୁ ଯାଉଛୁ ।
ପ୍ରେମ ନା ଦୟାରେ ମିଳିଥାଏ ନା ତାକୁ ଯୁଦ୍ଧରେ ଜିତାଯାଇପାରେ । ପ୍ରେମ ତ ବାସ୍ ପ୍ରେମ ରୁ ହିଁ ମିଳିଥାଏ । ସେଥିପାଇଁ କାହା ପଛରେ ପଡି ନିଜକୁ ନଷ୍ଟ କର ନାହିଁ । ଯଦି ପ୍ରେମ ତାଙ୍କ ମନରେ ବି ଥାଏ । ତେବେ ସେ ପ୍ରେମ କେବଳ ତୁମରି ହିଁ ହେବ । ଜୀବନରେ ସମ୍ମାନ କି ପ୍ରତିଷ୍ଠା ଏତେ ସହଜରେ ମିଳିନଥାଏ । ସେହିଭଳି କାମ କରିବାକୁ ପଡିଥାଏ । ସେହିପରି ସୌଭାଗ୍ୟ ଏମିତି ମିଳିଯାଏନି । ତା’ ପାଇଁ ନିଜ ଭାଗ୍ୟକୁ ନିଜେ ଗଢିବାକୁ ପଡେ ।
ଦୂରେଇ ଯାଅ ଏମିତି ବନ୍ଧୁ ଠାରୁ ଯିଏ କେବଳ ସ୍ଵାର୍ଥ ପଡିଲେ ମନେ ପକାନ୍ତି ପୁଣି ସ୍ଵାର୍ଥ ସରିଗଲେ ଏମିତି ଅଲଗା କରିଦିଅନ୍ତି । ଯେମିତି ଘିଅରୁ ମାଛିକୁ ଅଲଗା କରିଦିଆଯାଇଥାଏ । ଅଶାଳୀନ ଅଭଦ୍ର ମଣିଷଙ୍କ ସହ କେବେ ଲଢିବା ଉଚିତ ନୁହେଁ । ଆଉ ଯଦି କେବେ ତାଙ୍କ ସହ ମୁହାଁମୁହିଁ ହୋଇଯାଏ । ସେଠାରେ ହାରିଯିବା ହିଁ ଉଚିତ ହୋଇଥାଏ । କାରଣ ଯେତେ ଭଦ୍ରାମୀ ଦେଖେଇବେ ସେତେ ଅପଦସ୍ତ ହେବେ ।