ରାଜ୍ୟ
ଦେଖନ୍ତୁ ଭିଡିଓ ; ରାସ୍ତାରେ ଷଣ୍ଢର ତାଣ୍ଡବ ; ୨ ବାଇକ୍ ଆରୋହୀଙ୍କ ସହ..

ରାଜଧାନୀ ଦିଲ୍ଲୀରେ ରାସ୍ତାରେ ବୁଲୁଥିବା ଷଣ୍ଢ ଏଭଳି କିଛି କରିଥିଲା, ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥିଲେ । ଭାଇରାଲ ହେଉଥିବା ଏକ ଭିଡିଓ ଦିଲ୍ଲୀର ଛତରପୁର ଅଞ୍ଚଳର ବୋଲି କୁହାଯାଉଛି । ଯେଉଁଠାରେ ବ୍ୟସ୍ତବହୁଳ ରାସ୍ତାରେ ଗୋଟିଏ ଷଣ୍ଢ ବାଇକରେ ଯାଉଥିବା ୨ ଜଣ ବ୍ୟକ୍ତି ବିଶେଷଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା ।
ଘଟଣାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଷଣ୍ଢଟି ଆକ୍ରମଣ କରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ନାକେଦମ୍ ହୋଇ ଯାଇଥିଲେ । ଭିଡିଟି ଶେୟାର କରାଯିବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖି ସାରିଲେଣି।




