ରାଜ୍ୟ

ନିମ୍ନମାନର ଖାଦ୍ୟ ଦେବା ଘଟଣା; ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ

କ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଧରଡ଼ାଠାରେ ଥିବା ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ଘଟଣାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି। ଏହି ଅଭିଯୋଗରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଖୋସ୍ଲାଙ୍କୁ ଗତ ୧୭ ତାରିଖରେ ନିଲମ୍ବନ କରାଯାଇଥିଲା।

ଏଠାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ ୧୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟରତ। ଏମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ୧୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ଜିଲାରେ ପ୍ରାୟତଃ ଲାଗି ରହିଥିବାବେଳେ ସ୍ଥାନୀୟ ବିଧାୟକଙ୍କ ପ୍ରତ୍ୟକ୍ଷ ଅଭିଯୋଗ ପରେ ଜିଲାପାଳ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଯେଉଁଥିପାଇଁ ଜିଲାପାଳଙ୍କ ପରାମର୍ଶକ୍ରମେ ସମସ୍ତଙ୍କ ଦରମା ବନ୍ଦ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ନିର୍ଦେଶ ଦେଇଥିବା ଜଣାପଡିଛି। ଏନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟମ୍ବଦା ପାତ୍ରଙ୍କୁ ପଚାରିବାରୁ ନିର୍ଦ୍ଦେଶ ଆସିଥିବା କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button