ରାଜ୍ୟ

ଭିମସାରରେ ରକ୍ତଭିଜା ରାକ୍ଷୀ ବାନ୍ଧି ଅଭିନବ ଭାବରେ ବିକ୍ଷୋଭ ପ୍ରଦର୍ଶନ

ବୁର୍ଲା: କ୍ୟାମ୍ପସ ମଧ୍ୟରେ ହିଁ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯିବା ଘଟଣା ବର୍ତ୍ତମାନ ସାରା ଦେଶରେ ପ୍ରବଳ ଅସନ୍ତୋଷର କାରଣ ସାଜିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନ୍ଦୋଳନର ସୂତ୍ରପାତ ହୋଇଛି। ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ସାରା ଦେଶରେ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଡାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଡାକ୍ତରୀ ଛାତ୍ରଛାତ୍ରୀ ଅସୁରକ୍ଷିତ ମଣୁଥିବା ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଭିମସାରରେ ଜେଡ଼ିଏ ଡାକ୍ତରୀ ଛାତ୍ର ସଂଘ ଆନୁକୂଲ୍ୟରେ ହାଉସ ସର୍ଜନ ଡାକ୍ତରୀ ଛାତ୍ର ସଂଘ ଏବଂ ୟୁଜି ଡାକ୍ତର ସଂଘ ପ୍ରତିବାଦ କରିଛନ୍ତି।

ରକ୍ଷାବନ୍ଧନ ପର୍ବରେ ମେଡ଼ିକାଲ କଲେଜର ଡାକ୍ତରୀ ଛାତ୍ରୀମାନେ ଡାକ୍ତରୀ ଛାତ୍ର ମାନଙ୍କ ହାତରେ ରକ୍ତଭିଜା ରାକ୍ଷୀ ବାନ୍ଧି ଅଭିନବ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କୁ ସୁରକ୍ଷା ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବା ଦାବି କରିଥିଲେ। ଏହା ସହିତ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ କରା ଯାଇ କେନ୍ଦ୍ରୀୟ ସୁରକ୍ଷା ଆକ୍ଟ ଲାଗୁ କରାଯିବା ଦାବି କରିଥିଲେ ଡାକ୍ତରୀ ଛାତ୍ରୀମାନେ। ଭିମସାର ଡାକ୍ତରୀ ଛାତ୍ର ସଂଘ ପକ୍ଷରୁ ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା, ସମ୍ପୃକ୍ତ ମେଡିକାଲ କଲେଜର କର୍ତ୍ତୃପକ୍ଷ ପଦବୀରୁ ଇସ୍ତଫା ଦେବା ସହିତ ସେମାନଙ୍କୁ ସିବିଆଇ ଜେରାର ସମ୍ମୁଖୀନ କରିବା, ଘଟଣାର ତଦନ୍ତରେ ସ୍ଵଚ୍ଛତା ଅବଲମ୍ବନ କରିବା, ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ ଏଭଳି ଆଠ ଦଫା ଦାବି ନେଇ ଜେଡିଏ, ୟୁଜି ଏବଂ ହାଉସ ସର୍ଜନ ଡାକ୍ତର ସଂଘର ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button