ରାଜ୍ୟ

କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ୫୧ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ, ସମାଜସେବୀ ଡ଼ଃ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ଧବଳେଶ୍ବର ଲିଙ୍ଗରାଜ ସମ୍ମାନ

 କଟକ ଗଡ଼ଗଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ୫୧ ତମ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଧବଳେଶ୍ବର ଲିଙ୍ଗରାଜ ଶ୍ରାବଣ ସାରସ୍ୱତ ସଙ୍ଗମ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ କାର୍ଯ୍ୟକ୍ରମରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ୨୦୦ରୁ ଉର୍ଦ୍ଧ୍ବ ବହୁ ବିଶିଷ୍ଟ ବ୍ୟକ୍ତି , ସାହିତ୍ୟିକ, କବି, କବୟିତ୍ରୀ, ଲେଖକ, ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡା ଓ ସମାଜସେବୀ ଡ଼ଃ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ଧବଳେଶ୍ବର ଲିଙ୍ଗରାଜ ସମ୍ମାନ ୨୦୨୪ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟିକ ରାଜେଶ କୁମାର ଶତପଥୀଙ୍କୁ ବଳରାମ ପୂଜାରୀ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ କାଉଡ଼ିଆଙ୍କ ଶ୍ରାବଣ ଜଳାଭିଷେକ ଆଧ୍ୟାତ୍ମିକ ଚେତନା ଶୀର୍ଷକ ଗବେଷଣାତ୍ମକ ଗଳ୍ପ, କବିତା, ପ୍ରବନ୍ଧ ପାଠ କରାଯାଇଥିଲା

ଏହାସହ ଓଡିଶୀ ନୃତ୍ୟ ଶିଳ୍ପୀ, ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରିଥିଲେ। ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଧବଳେଶ୍ବର ସାରସ୍ୱତ ଆଶ୍ରମର ସଭାପତି ମାନସ ଚୈତନ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ସାମାଜସେବୀ ସ୍ନେହାଶ୍ରୀ ସ୍ୱାଇଁ, ଆଧ୍ୟାତ୍ମିକ ପ୍ରବକ୍ତା ଲିଙ୍ଗରାଜ ପତି, ସାହିତ୍ୟିକ ବିଷ୍ଣୁ ମିଶ୍ର, ଆଧ୍ୟାତ୍ମିକ ପ୍ରବକ୍ତା ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମକୁ କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button