ରାଜ୍ୟ
ଜନ୍ମରୁ ନାହିଁ ଦୃଷ୍ଟିଶକ୍ତି, ଭାଇଙ୍କ ଆଖିରେ ଦୁନିଆ ଦେଖୁଛି ଦୃଷ୍ଟି ଦିବ୍ୟାଙ୍ଗ ଇପ୍ସିତା

ମୟୁରଭଞ୍ଜ: ଗୁଲୁଗୁଲିଆ ଝିଅଟିଏ । ନାଆଁଟି ତାର ଇପ୍ସିତା । ବୟସ ମାତ୍ର ୭ ବର୍ଷ । ହେଲେ ଭଗବାନଙ୍କର କି ଲୀଳା କେଜାଣି ଜନ୍ମରୁ ତାକୁ ଆଖି ଦେଇ ନାହାନ୍ତି । ତଥାପି ଜୀବନ ଯୁଦ୍ଧରେ ଜିତିବା ପାଇଁ ଛୋଟ ବେଳୁ ସଂଗ୍ରାମ କରିଚାଲିଛି ।
କେବେବି ନିଜକୁ କାହା ଠାରୁ କୌଣସି ଗୁଣରେ କମ ଭାବି ନାହିଁ ଇପ୍ସିତା । ଅନ୍ୟମାନଙ୍କ ଭଳି ପାଠ ପଢୁଛି, ନିଜ କାମ ନିଜେ କରୁଛି ।
ଆଉ ଦୁଇ ଭାଇ ତାର ଦୁଇ ଆଖି ସାଜିଛନ୍ତି । ଆଜିର ଏହି ପବିତ୍ର ରାଖି ପୂର୍ଣ୍ଣିମାରେ ଅନ୍ୟ ଭଉଣୀ ଭଳି ଇପ୍ସିତା ବି ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧି ଖୁସି ମନାଇଛି ।
ଜଗା ବଳିଆ ଭଳି ଇପ୍ସିତାର ଦୁଇ ଭାଇ ତାକୁ ବହୁତ ସ୍ନେହ କରନ୍ତି । ଏମିତିକି ଇପ୍ସିତା ଭଳି ଝିଅକୁ ପାଇ ପରିବାର ଲୋକେ କେବେ ଦୁଃଖ କରି ନାହାନ୍ତି । ଠିକ୍ ଅନ୍ୟ ସନ୍ତାନ ଭଳି ସମାନ ଦୃଷ୍ଟିରେ ଦେଖନ୍ତି ଝିଅକୁ । ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, ଇପ୍ସିତାଙ୍କ ଚଲାପଥ କୁସୁମିତ ହେଉ ଆଉ ଦୁଇ ଭାଇ ତାକୁ ଜଗା ବଳିଆ ଭଳି ସୁରକ୍ଷା ଦେଉଥାନ୍ତୁ ।