ରାଜ୍ୟ

୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି: ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ପୁରୀ : ଆସନ୍ତା ୨୪ତାରିଖ ଦିନ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଶୁକ୍ରବାର ଛତିଶା ନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ୨୩ ତାରିଖ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ ପାଇଁ ସ୍ଥିର ହୋଇଛି ।

ସେହିପରି ୨୪ତାରିଖ ରାତ୍ର ୩ଟାରୁ ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଦିନ ୧୧ଟା ୪୫ସୁଦ୍ଧା ବାଳଧୂପ ଶେଷ ହୋଇ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ଧାର୍ଯ୍ୟ ହୋଇଛି । ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ୧ଟା ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ୨୪ତାରିଖ ଦିନ ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ସେହି ସମୟ ଅର୍ଥାତ୍ ଦିନ ୧୧ଟାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ।

ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ ପରେ ଅବଶିଷ୍ଟ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାଷ୍ଟ୍ରପତି ଗର୍ଭଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି। ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତି ସମାପନ ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟଠାରୁ ଦୂରତା ରକ୍ଷା କରି ଶୃଙ୍ଖଳା ରଖିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ବିସ୍ତୃତ ବ୍ୟବସ୍ଥାବଳୀକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିବାବେଳେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏହି ବ୍ୟବସ୍ଥାକୁ ଠିକଣାଭାବେ ଅନୁପାଳନ ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button