ଦେଶ- ବିଦେଶ

ଆଜି ରାତିରେ ଦେଖନ୍ତୁ ଜହ୍ନକୁ, ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ

ଜି ରାଖୀ ପୂର୍ଣ୍ଣିମାରେ ମହାକାଶରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ । ଆକାଶରେ ଚନ୍ଦ୍ରର ଆଲୋକ ୩୦ ପ୍ରତିଶତ ଅଧିକ ରହିବ ଏବଂ ଚନ୍ଦ୍ର ନିଜେ ୧୪ ପ୍ରତିଶତ ବଡ଼ ଦେଖାଯିବ । ଏହାର ଅର୍ଥ, ଆକାଶରେ କେବଳ ଚନ୍ଦ୍ର ନୁହେଁ, ବରଂ ଆଜି ଉଭା ହେବ ସୁପରମୁନ୍ । ଏହାକୁ ବ୍ଲୁ ସୁପରମୁନ୍ ଏବଂ ଷ୍ଟରଜିୟନ୍‌ ସୁପରମୁନ୍ ମଧ୍ୟ କୁହାଯାଏ ।

ଏହି ସୁପରମୁନ୍ ରାତି ୧୧ଟା ୫୫ରେ ସବୁଠୁ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ପ୍ରକୃତରେ, ବ୍ଲୁ ସୁପରମୁନ୍‌ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ମାସିକ ନୀଳ ଚନ୍ଦ୍ର, ଯାହା ପ୍ରତି ଦ୍ୱିତୀୟ ସପ୍ତାହରେ ଦୃଶ୍ୟମାନ ହୁଏ । ଅନ୍ୟଟି, ଋତୁଜନିତ ନୀଳ ଚନ୍ଦ୍ର, ଯାହା ଗୋଟିଏ ଋତୁରେ ଦେଖାଯାଉଥିବା ଚାରୋଟି ପୂର୍ଣ୍ଣିମା ମଧ୍ୟରୁ ତୃତୀୟ ପୂର୍ଣ୍ଣ ଚନ୍ଦ୍ର ।

ନାସା ମୁତାବକ, ଋତୁଜନିତ ବ୍ଲୁ ମୁନ୍‌ ଦୁଇରୁ ତିନି ବର୍ଷରେ ଥରେ ଆସିଥାଏ । ଯଦି ଆପଣ ଚନ୍ଦ୍ରର ପୃଷ୍ଠକୁ ଦେଖିବାକୁ ଚାହାନ୍ତି, ତେବେ ଦୂରବୀକ୍ଷଣ ଯନ୍ତ୍ରର ସାହାଯ୍ୟ ନେଇପାରିବେ ।

ଚନ୍ଦ୍ର ପୃଥିବୀର ନିକଟତର ହେଲେ ଏହାର ଆକାର ୧୨ରୁ ୧୪ ପ୍ରତିଶତ ବଡ଼ ଦେଖାଯାଏ । ସାଧାରଣତଃ ପୃଥିବୀରୁ ଚନ୍ଦ୍ରର ଦୂରତା ୪୦୬,୩୦୦ କିଲୋମିଟର । କିନ୍ତୁ ଏହି ଦୂରତା କମି ୩୫୬,୭୦୦ କିଲୋମିଟର ହେଲେ ଚନ୍ଦ୍ର ବଡ଼ ଦେଖାଯାଏ । ସେଥିପାଇଁ ଏହାକୁ ସୁପରମୁନ୍ କୁହାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button