ରାଜ୍ୟ

ପ୍ରକୃତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ତ୍ରିଲୋଚନ, ସବୁଜିମା ପରିବେଶ ସୃଷ୍ଟି କରି ପାଲଟିଛନ୍ତି ଉଦାହରଣ

ନନ୍ଦପୁର: ସମ୍ପୂର୍ଣ୍ଣ ପରିବେଶ ଏବେ ଅସନ୍ତୁଳିତ । ଡହ ଡହ ଗରମରେ ଭାଜି ହେଉଛନ୍ତି ରାଜ୍ୟବାସୀ । ତେବେ ଏଥିରୁ ରକ୍ଷା ପାଇବା ପାଇଁ କେବଳ କଥାରେ ନୁହଁ କାମ କରି ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି ଜଣେ ଯୁବକ । ଗାଁର ପରିତ୍ୟକ୍ତ ସ୍ଥାନରେ ସାଙ୍ଗ ପିଲାଙ୍କ ସହାୟତାରେ ଗଛ ଲଗାଇ ସୃଷ୍ଟି କରିଛନ୍ତି ସବୁଜିମା ପରିବେଶ ଯାହାକୁ ନେଇ ସେ ଏବେ ଚାରିଆଡେ ପାଲଟିଛନ୍ତି ଉଦାହରଣ।

ଆନନ୍ଦପୁର ପୌରପରିଷଦ ଫକୀରପୁର ଗାଁର ୧୧ ନମ୍ୱର୍ ୱାର୍ଡର ଯୁବକ ତ୍ରିଲୋଚନ। ସେ ଜଣେ ଶିକ୍ଷାବିତ ହୋଇଥିଲେ ମଧ୍ୟ ନିଶା ତାଙ୍କର ସବୁଜ ପରିବେଶ ସୃଷ୍ଟି କରିବା । ପ୍ରକୃତିର ବନ୍ଧୁ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ । ଗାଁର ଜୟଦୂର୍ଗା ପ୍ରାଥମିକ ବିଦ୍ୟାଳୟ ନିକଟରେ ବୈତରଣୀ ନଦୀବନ୍ଧକୁ ଲାଗିଥିବା ଏକ ବିଶାଳ ପରିତ୍ୟକ୍ତ ସ୍ଥାନକୁ କ୍ଷୁଦ୍ର ଜଙ୍ଗଲରେ ପରିଣତ କରିଛନ୍ତି ତ୍ରିଲୋଚନ । ଏହି ସ୍ଥାନରେ ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ଫଳ, ଫୁଲ ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଗଛ ଲଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ନିଜସ୍ୱ ଉଦ୍ୟମରେ ସାଙ୍ଗମାନଙ୍କ ସହାୟତାରେ ଗୋଟିଏ ଜାଗାରେ ଏତେ ସଂଖ୍ୟକ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି ।

କେବଳ ସେତିକିରେ କାମ ସରିନି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ବନ୍ୟପ୍ରାଣୀ ସରଂକ୍ଷଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗ ପକ୍ଷରୁ ସେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ନିଜେ ବୃକ୍ଷ ରୂପ ନେଇ ତାର ଉପକାରିତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ସହିତ ବୃକ୍ଷ ରୋପଣ କରିବାର ବାର୍ତ୍ତା ଦେଇଥାନ୍ତି ସେ। ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷ ରୋପଣ ନକଲେ ଆଗକୁ ଜୀବ ଜଗତ ଧ୍ବଂସ ହେଇଯିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ପ୍ରକାଶ କରିବା ସହିତ ସମସ୍ତେ ଅତିକମରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ଯତ୍ନ ନେବାର ବାର୍ତ୍ତା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ତ୍ରିଲୋଚନ । ବୃକ୍ଷ ହିଁ ଜୀବନ, ତେଣୁ ବୃକ୍ଷ ନକାଟି ଯେତେ ସମ୍ଭବ ସବୁଜ ପରିବେଶ ସୃଷ୍ଟି ପାଇଁ ସମସ୍ତେ ଆଗକୁ ବାହାରିବା ର ଆବଶ୍ୟକତା ରହିଛି ।

କେନ୍ଦୁଝର ଆନନ୍ଦପୁରରୁ ସ୍ୱପ୍ନେଶ୍ୱର ପଣ୍ଡାଙ୍କ ରିପୋର୍ଟ କେନ୍ୟୁଜ ଓଡ଼ିଶା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button